୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ଟିଭିର ଲୋକପ୍ରିୟ ରିଆଲିଟି ଶୋ’ 'ଦି କପିଲ ଶର୍ମା ଶୋ' ଆଜିକାଲି ବିବାଦରେ ଛନ୍ଦି ହୋଇପଡିଛି। ଶୋ’କୁ 'ଦ କାଶ୍ମୀର ଫାଇଲ୍ସ'ର ଟିମ୍କୁ ଯିବା ନେଇ ମନା କରିଦେଇଥିବା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କପିଲ ଶର୍ମାଙ୍କ ଉପରେ ଅଭିଯୋଗ କରିଛନ୍ତି।
ଟିଭିର ଲୋକପ୍ରିୟ ରିଆଲିଟି ଶୋ’ 'ଦି କପିଲ ଶର୍ମା ଶୋ' ଆଜିକାଲି ବିବାଦରେ ଛନ୍ଦି ହୋଇପଡିଛି। ଶୋ’କୁ 'ଦ କାଶ୍ମୀର ଫାଇଲ୍ସ'ର ଟିମ୍କୁ ଯିବା ନେଇ ମନା କରିଦେଇଥିବା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କପିଲ ଶର୍ମାଙ୍କ ଉପରେ ଅଭିଯୋଗ କରିଛନ୍ତି। ନିର୍ଦ୍ଦେଶକଙ୍କ ଅଭିଯୋଗ ପରେ କପିଲ ଶର୍ମାଙ୍କୁ ଟ୍ରୋଲ୍ କରାଯାଉଛି। ତେବେ ଏହି ବିବାଦ ମଧ୍ୟରେ ଅନୁପମ ଖେରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଅନୁପମ କପିଲ ଶର୍ମାଙ୍କ ଶୋ’ରେ ଫିଲ୍ମର ପ୍ରମୋସନ ନ କରେଇଦେବାର କାରଣ ଦର୍ଶାଇଛନ୍ତି। ଏହି ଭିଡିଓକୁ କପିଲ ଶର୍ମା ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯେଉଁଥିରେ ସେ ଅନୁପମ ଖେରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଏହି ଭିଡିଓରେ ଅନୁପମ ଖେର ଏମିତି କିଛି କହିଛନ୍ତି ଯେ ଯାହାକୁ ନେଇ କପିଲ ଶର୍ମା ପୁଣି ଫସିଯାଇଛନ୍ତି।
କପିଲ ଶର୍ମା ଅନୁପମ ଖେରଙ୍କ ସାକ୍ଷାତକାରର ଏହି ଭିଡିଓକୁ ଟ୍ୱିଟରରେ ପୋଷ୍ଟ୍ କରିଛନ୍ତି ଯାହା ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓକୁ ରିଟ୍ୱିଟ୍ କରି ଅନୁପମ ଖେର ଲେଖିଛନ୍ତି, “ପ୍ରିୟ କପିଲ, ତୁମେ ପୂରା ଭିଡିଓ ପୋଷ୍ଟ କରିଥାନ୍ତ ଭଲା। ଅଧା ସତ ନୁହେଁ। ପୂରା ଦୁନିଆ ସେଲିବ୍ରେଟ୍ କରୁଛି। ତୁମେ ମଧ୍ୟ ଆଜି ରାତିରେ ସେଲିବ୍ରେଟ୍ କରିଛ। ପ୍ରେମ ଏବଂ ପ୍ରାର୍ଥନା ସବୁବେଳେ ତୁମ ପାଇଁ।” ଅନୁପମ ଖେରଙ୍କ ଏହି ଟ୍ୱିଟ୍ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋସିଆଲ ମିଡିଆରେ ଏହି ଟ୍ୱିଟ୍ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି।
ଅନୁପମ ଖେର ଏହି ଭିଡିଓରେ କହିଛନ୍ତି ଯେ ସେ 'କପିଲ ଶର୍ମା ଶୋ'ରେ ତାଙ୍କର ଏହି ଫିଲ୍ମକୁ ପ୍ରମୋସନ କରିବାକୁ ଚାହୁଁ ନଥିଲେ। କାରଣ ‘ଦି କପିଲ ଶର୍ମା ଶୋ’ ଏକ କମେଡି କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହା ଏକ ଗମ୍ଭୀର ଫିଲ୍ମ।
ଅନୁପମ ଖେର ଆହୁରି ମଧ୍ୟ କହିଛନ୍ତି ଯେ 'ଦ କାଶ୍ମୀର ଫାଇଲ୍ସ'ର ଟିମ୍କୁ ଦୁଇ ମାସ ପୂର୍ବରୁ ଶୋ’ରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ମୁଁ ମୋର ମ୍ୟାନେଜର୍ ହରମାନ୍ଙ୍କୁ କହିଥିଲି ଯେ ଏହି ଫିଲ୍ମ ଟି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ନିର୍ମିତ। ତେଣୁ ମୁଁ ଏହି ଶୋ’କୁ ଯାଇ ପାରିବି ନାହିଁ। ଆମେ ହିଁ ଏକ କମେଡି ଟକ୍ ଶୋ’ରେ ‘ଦ କାଶ୍ମୀର ଫାଇଲ୍ସ’କୁ ପ୍ରମୋଟ୍ କରିବାକୁ ମନା କରିଥିଲୁ।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।