Loading...

ଦଉଡି ଡିଆଁର ରହିଛି ଅନେକ ଫାଇଦା

ଦଉଡି ଡିଆଁର ରହିଛି ଅନେକ ଫାଇଦା

କରୋନା କାଳରେ ଏବେ ଚାରିଆଡେ ତାଲାବନ୍ଦ । ଲୋକଙ୍କ ପାଇଁ ଜିମ୍ ମଧ୍ୟ ଖୋଲା ନାହିଁ । ଯେଉଁଥିପାଇଁ ଲୋକେ ଘରେ ରହି ଏକ୍ସରସାଇଜ କରୁଛନ୍ତି ।

କରୋନା କାଳରେ ଏବେ ଚାରିଆଡେ ତାଲାବନ୍ଦ । ଲୋକଙ୍କ ପାଇଁ ଜିମ୍ ମଧ୍ୟ ଖୋଲା ନାହିଁ । ଯେଉଁଥିପାଇଁ ଲୋକେ ଘରେ ରହି ଏକ୍ସରସାଇଜ କରୁଛନ୍ତି । ଏଭଳିସ୍ଥିତିରେ ଦଉଡି ଡିଆଁ ହେଉଛି ସବୁଠାରୁ ଭଲ ଏକ୍ସରସାଇଜ୍ । ଆଜ୍ଞା ହଁ ଦଉଡି ଡିଆଁ ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଏହଦ୍ୱାରା ଶରୀରରେ ରକ୍ତ ସଂଚାଳନ ସଠିକ ଭାବେ ହୋଇଥାଏ । ଏହାସହିତ ହାର୍ଟ ସହ ଜଡିତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ତେବେ ଆଜି ଆସନ୍ତୁ ଜାଣିବା ଦଉଡି ଡିଆଁର ଫାଇଦା ବିଷୟରେ ।

– ଦଉଡି ଡିଆଁ ଦ୍ୱାରା ବହୁତ ଶୀଘ୍ର ଚର୍ବି ହ୍ରାସ ଘଡିଥାଏ । ଏହା ଜଗିଂ ସହ ସମାନ । ଦଉଡି ଡିଆଁ ଦ୍ୱାରା ବହୁତ ଶୀଘ୍ର କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ଯାହାଦ୍ୱାରା ଓଜନ ହ୍ରାସ ହୋଇଥାଏ । ଏହାଦ୍ୱାରା ଶରୀରରୁ ଅତିରିକ୍ତ ଚର୍ବି ହ୍ରାସ ହେବା ସହ ଶରୀର ଟୋନ୍ ହୋଇଥାଏ ।

– ଦଉଡି ଡିଆଁ ଦ୍ୱାରା ମନ ଓ ହୃଦୟ ଉଭୟ ଭଲ କାମ କରିଥାଏ । ଏହା ମଧ୍ୟ ଚାପ କମାଇବାରେ ସାହାଯ୍ୟ କରିଥାଏ ।

– ସେହିପରି ହାଡ ମଧ୍ୟ ଏହି ଦଉଡି ଡିଆଁ ଦ୍ୱାରା ମଜବୁତ ହୋଇଥାଏ । କିଛି ମହିଳାଙ୍କର ମାସିକା ଋତୁଶ୍ରାବ ପରେ ମାସଂପେଶୀ ଦୁର୍ବଳ ହୋଇଯାଇଥାଏ । ଏଭଳି ସ୍ଥିତିରେ ଦଉଡି ଡିଆଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.