୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
: ଇ-କମର୍ସ କମ୍ପାନୀ ଅମାଜନ କର୍ମଚାରୀ ଛଟେଇ କରିବା ପରେ ଏହାକୁ ନେଇ ଶ୍ରମମନ୍ତ୍ରଣାଳୟ ନୋଟିସ କରିଛି । କର୍ମଚାରୀ ସଂଗଠନ ତରଫରୁ ଅଭିଯୋଗ ପରେ ଶ୍ରମମନ୍ତ୍ରଣାଳୟ କମ୍ପାନୀକୁ ନୋଟିସ ଜାରି କରିଥିଲା ।
: ଇ-କମର୍ସ କମ୍ପାନୀ ଅମାଜନ କର୍ମଚାରୀ ଛଟେଇ କରିବା ପରେ ଏହାକୁ ନେଇ ଶ୍ରମମନ୍ତ୍ରଣାଳୟ ନୋଟିସ କରିଛି । କର୍ମଚାରୀ ସଂଗଠନ ତରଫରୁ ଅଭିଯୋଗ ପରେ ଶ୍ରମମନ୍ତ୍ରଣାଳୟ କମ୍ପାନୀକୁ ନୋଟିସ ଜାରି କରିଥିଲା । ସୂଚନା ମୁତାବକ ଏହି ଆମେରିକୀୟ ଇ-କମର୍ସ କମ୍ପାନୀ କିଛିଦିନ ତଳେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଦେଇଥିଲା । ଏଭଳି ଛଟେଇ ପରେ ଟେକ୍ନିକାଲ କର୍ମଚାରୀ ସଂଗଠନ ୟୁନିୟନ ନେସେଂଟ ଇନଫରମେସନ ଟେକ୍ନୋଲୋଜୀ ଏମ୍ପେ୍ଲାଇଜ ସିନେଟ ତରଫରୁ ଶ୍ରମମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଥିଲା । ଅଭିଯୋଗ ମୁତାବକ କମ୍ପାନୀ କର୍ମଚାରୀ ଛଟେଇ ବେଳେ ଶ୍ରମମନ୍ତ୍ରଣାଳୟର ନିୟମ ମାନି ନଥିଲା ବୋଲି କୁହାଯାଇଛି । ଏଭଳି ଅଭିଯୋଗ ପରେ ଶ୍ରମମନ୍ତ୍ରଣାଳୟର ମୁଖ୍ୟ ଶ୍ରମ କମିଶନରଙ୍କ ଦସ୍ତଖତ ଥାଇ ଏକ ନୋଟିସ ଅମାଜନର ଭାରତୀୟ ପ୍ରତିନିଧିଙ୍କ ନିକଟକୁ ପଠାଯାଇଥିଲା । ଏନେଇ ଶ୍ରମମନ୍ତ୍ରଣାଳୟ ପକ୍ଷରୁ ଅମାଜନକୁ ଆଜି (ବୁଧବାର) ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ନିର୍ଦ୍ଦେଶରେ କୁହାଯାଇଛି କି ଅମାଜନର ଅଧିକାରୀ କିମ୍ବା କୌଣସି ଅଧିକୃତ ପ୍ରତିନିଧି ନିର୍ଦ୍ଧାରିତ ସମୟରେ ଦସ୍ତାବିଜ ସହ ଉପସ୍ଥିତ ହେବେ । ସଂଗଠନ ତରଫରୁ କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପଠାଯାଇଥିବା ଅଭିଯୋଗରେ କୁହାଯାଇଛି କି ଅମାଜନ କର୍ମଚାରୀମାନଙ୍କ ଉପରେ ଚାପ ପକାଇ ସେମାନଙ୍କୁ ଚାକିରୀରୁ ନିଲମ୍ବିତ କରୁଛି ତେଣୁ ଏନେଇ ତଦନ୍ତ ହେବା ଆବଶ୍ୟକ ।
କହିରଖୁ କି ଅମାଜନ ପକ୍ଷରୁ ପ୍ରଥମେ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବା ନେଇ ଘୋଷଣା କରିଥିଲା । ଏହାପରେ ଗତ ସପ୍ତାହ ଠାରୁ ଏହି ପ୍ରକ୍ରିୟା ଆରମ୍ଭ କରିଛି । କମ୍ପାନୀ ତରଫରୁ କୁହାଯାଇଛି କି ଏମିତି ଅନେକ ପଦ ରହିଛି ଯେଉଁ ପଦ ପାଇଁ କର୍ମଚାରୀଙ୍କର ଆବଶ୍ୟକତା ନାହିଁ । ତେଣୁ ଯେଉଁ କର୍ମଚାରୀମାନଙ୍କୁ ଛଟେଇ ନୋଟିସ ପଠାଯାଇଛି ସେମାନଙ୍କର କାର୍ଯ୍ୟକାଳ ୨୦୨୩ ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ରହିବ ।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।