Loading...

ଆଜି ମୋଦି-ବାଇଡେନ ଆଲୋଚନା

ଆଜି ମୋଦି-ବାଇଡେନ ଆଲୋଚନା

କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଉଭୟଙ୍କ ମଧ୍ୟରେ ଭର୍ଚ୍ଚୁଆଲ ବୈଠକ ହେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଉଭୟଙ୍କ ମଧ୍ୟରେ ଭର୍ଚ୍ଚୁଆଲ ବୈଠକ ହେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଦକ୍ଷିଣ ଏସିଆର ବିକାଶ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ତଥା ପାରସ୍ପରିକ ଦ୍ୱିପାକ୍ଷିକ ସହଯୋଗ ଉପରେ ଉଭୟ ନେତା ଗୁରୁତ୍ବାରୋପ କରିବା ସହ ମତ ବିନିୟମ କରିବା ନେଇ ସୂଚନା ମିଳିଛି । ଦୁଇ ଦେଶ ମଧ୍ୟରେ ରହି ଆସିଥିବା ଦ୍ୱିପାକ୍ଷିକ ତଥା ବିଶ୍ୱସ୍ତରୀୟ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ନେଇ ଆଲୋଚନାରେ ବିଭିନ୍ନ ଦିଗ ଉପରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମତ ବିନିମୟ ହେବ । ଅନ୍ୟପଟେ ଗତକାଲି ୱାଶିଂଟନରେ ଚତୁର୍ଥ ଭାରତ-ଆମେରିକା 2+2 ମନ୍ତ୍ରୀସ୍ତରୀୟ ଆଲୋଚନା ମଧ୍ୟ ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ଅଶଂଗ୍ରହଣ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକାରେ ପହଞ୍ଚିଥିଲେ ।

ଦୁଇ ଭାରତୀୟ ମନ୍ତ୍ରୀ ଓ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ । ଦୁଇ ଦେଶ ମଧ୍ୟରେ ମନ୍ତ୍ରୀସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଆସନ୍ତାକାଲି ଦୁଇ ରାଷ୍ଟ୍ରର ମୁଖ୍ୟ ମଧ୍ୟ ଆଲୋଚନା କରିବାକୁ ଯାଉଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.