ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଉଛି । ସଂସଦରେ ଉଭୟ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ।
ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଉଛି । ସଂସଦରେ ଉଭୟ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି । ସମ୍ବୋଧନ ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶରେ ଇଣ୍ଟରନେଟ୍ ସେବାକୁ ନେଇ ବିବୃତି ରଖିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଭାରତ ହେଉଛି ସେହି ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନର ମୂଲ୍ୟ ସର୍ବନିମ୍ନ ରହିଛି । ଯାହାଦ୍ୱରା ଭାରତର ଯୁବ ପିଢ଼ି ମାନେ ଏଥିରୁ ବହୁତ ଲାଭବାନ ହେଉଛନ୍ତି । ତିନି ତଲାଖକୁ ନେଇ ମଧ୍ୟ ଗୃହରେ ରାଷ୍ଟ୍ରପତି ତାଙ୍କର ବିବୃତି ରଖିଛନ୍ତି । ତିନ ତଲାକକୁ ଅପରାଧ ବୋଲି ଘୋଷଣା କରି ସରକାରଙ୍କ ଭଲ ପଦକ୍ଷେପ ନେଇଛନ୍ତି । ସମାଜକୁ ଏହି ମନ୍ଦ ଅଭ୍ୟାସରୁ ଦୂରେଇଛନ୍ତି ସରକାର । ମହିଳା ସଶକ୍ତିକରଣ ସରକାରର ଏକ ପ୍ରମୁଖ ପ୍ରାଥମିକତା ରହିଛି । ପୁରୁଷଙ୍କ ତୁଳନାରେ ମହିଳାଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇବା ନେଇ ନିଷ୍ପତ୍ତି ନିଆଯାଇଛି । ପୋଲିସ୍ ଫୋର୍ସରେ ମହିଳା ପୋଲିସ୍ କର୍ମଚାରୀଙ୍କ ସଂଖ୍ୟା ୨୦୧୪ ତୁଳନାରେ ଦ୍ୱିଗୁଣିତ ହୋଇଛି।
ଏହା ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆୟୁଷ୍ମାନ ଯୋଜନା କଥା ମଧ୍ୟ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ସରକାରଙ୍କ ଏକ ଉତ୍ତମ ପଦକ୍ଷେପ। ସରକାରଙ୍କ ସମ୍ବେଦନଶୀଳ ନୀତି ଯୋଗୁଁ ବର୍ତ୍ତମାନ ସ୍ୱାସ୍ଥ୍ୟ ସେବା ଦେଶର ସାଧାରଣ ଲୋକଙ୍କ ପାଇଁ ସହଜରେ ଉପଲବ୍ଧ ହେଉଛି। ୮୦ ହଜାରରୁ ଅଧିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କୋଟି କୋଟି ଆୟୁଷ୍ମାନ ଭାରତ କାର୍ଡ ଗରିବ ଲୋକଙ୍କୁ ସେମାନଙ୍କ ଚିକିତ୍ସାରେ ସାହାଯ୍ୟ କରିଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।