Loading...

ଆଜି ଦେବଦୀପାବଳି ପାଇଁ ଦୀପରେ ସଜେଇ ହେବ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର

ଆଜି ଦେବଦୀପାବଳି ପାଇଁ ଦୀପରେ ସଜେଇ ହେବ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର

ଆଜିଠୁ ଆରମ୍ଭ ହେଉଛି ଦେବ ଦୀପାବଳି। ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ପାଳନ ହେବାର ପରମ୍ପରା ରହିଛି । ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାନ୍ତି।

ଆଜିଠୁ ଆରମ୍ଭ ହେଉଛି ଦେବ ଦୀପାବଳି। ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ପାଳନ ହେବାର ପରମ୍ପରା ରହିଛି । ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାନ୍ତି। ଦ୍ବିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ସହ ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ,ନନ୍ଦ,ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି ।

ସୂଚନାନୁସାରେ, ଦୀପଦାନ ସମାରୋହ ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ହେବ ଦୀପଦାନ କାର୍ଯ୍ୟକ୍ରମ । ଏନେଇ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପତ ପ୍ରସ୍ତୁତି କରାଯାଇଛି । ଏଥିସହ ଶ୍ରୀମନ୍ଦିରରେ ବି ଦୀପ ପ୍ରଜ୍ୱଳନର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି ।ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଏକ ଲକ୍ଷ ଦୀପ ଜାଳିବାର ଅୟୋଜନ କରାଯାଇଛି । ଦେବ ଦୀପାବଳୀ ଉତ୍ସବକୁ ଭବ୍ୟ କରିବା ପାଇଁ ଗତ କିଛି ବର୍ଷ ହେବ ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ପକ୍ଷରୁ ଦୀପଦାନ କରାଯାଉଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.