ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ନାଲି ଶଙ୍ଖା, ହାତରେ ମେହେନ୍ଦି। ଦେହରେ ନାଲି ଲେହେଙ୍ଗା। ପୂରାପୁରି ବଧୂ ବେଶରେ ସଜେଇ ହୋଇଛନ୍ତି ଗୋପି ବୋହୂ ଓରଫ ଟେଲିଭିଜନର ଫେମସ୍ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ।
ନାଲି ଶଙ୍ଖା, ହାତରେ ମେହେନ୍ଦି। ଦେହରେ ନାଲି ଲେହେଙ୍ଗା। ପୂରାପୁରି ବଧୂ ବେଶରେ ସଜେଇ ହୋଇଛନ୍ତି ଗୋପି ବୋହୂ ଓରଫ ଟେଲିଭିଜନର ଫେମସ୍ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ। ଖୁବଶୀଘ୍ର ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ତାଙ୍କ ଅନ୍ସ୍କ୍ରିନ ଦିଅରକୁ କରିବେ ବିବାହ। ଦେବୋଲିନାଙ୍କ ହଳଦୀ ଓ ମେହେନ୍ଦିର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଲୋକପ୍ରିୟ ଟେଲି ସରିଏଲ୍ ‘ସାଥିଆ’ରେ ଗୋପି ବୋହୂଙ୍କ ଦିଅର ସାଜିଥିବା ବିଶାଲ ସିଂହଙ୍କ ହାତ ଧରିବାକୁ ଯାଉଛନ୍ତି ଦେବୋଲିନା। ତେବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଫଟୋକୁ ଦେଖି ତାଙ୍କ ଫ୍ୟାନ୍ମାନଙ୍କୁ ଝଟ୍କା ଲାଗିଛି। ଫ୍ୟାନ୍ମାନେ କନ୍ଫ୍ୟୁଜ ହୋଇଯାଇଛନ୍ତି। ଏହା ସତ ସତିକା ବାହାଘର ନା କୌଣସି ଥଟ୍ଟାମଜା ଜାଣିପାରୁ ନାହାନ୍ତି।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଦେବୋଲିନା ବିଶାଲଙ୍କ ସହ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ମୁହଁରେ ହଳଦୀ ଓ ହାତରେ ମେହେନ୍ଦୀ ଲଗାଇ ବେଶ୍ ଖୁସ ନଜର ଆସିଛନ୍ତି ଉଭୟ। କେବଳ ସେତିକି ନୁହେଁ ଏହି କପଲ୍ ହଳଦୀ ଫଙ୍କସନର ଆଉଟ୍ଫିଟ୍ରେ ମଧ୍ୟ ନଜର ଆସିଛନ୍ତି।
ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ଦେବୋଲିନା ବିବାହ କରିସାରିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ସେ ତାଙ୍କ ଲଙ୍ଗଟାଇମ ବୟଫ୍ରେଣ୍ଡ ବିଶାଲ ସିଂହଙ୍କୁ ଲୁଚିଛପି ବିବାହ କରିଥିବା ଚର୍ଚ୍ଚା ହେଉଥିଲା। ପରେ ଏହି କଥା ମିଥ୍ୟା ପ୍ରମାଣିତ ହୋଇଥିଲା।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।