Loading...

ମହାପ୍ରଭୁଙ୍କ ଦର୍ଶନ କଲେ ଜମ୍ମୁ ଓ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା

ମହାପ୍ରଭୁଙ୍କ ଦର୍ଶନ କଲେ ଜମ୍ମୁ ଓ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା

ମହାପ୍ରଭୁଙ୍କ ଦର୍ଶନ କଲେ ଜମ୍ମୁ ଓ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା। ଗତକାଲି ସଂଧ୍ୟାରେ ପୁରୀରେ ପହଞ୍ଚିବା ପରେ ସେ ରାତି ପ୍ରାୟ ସାଢ଼େ ୮ଟାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ କଲେ ଜମ୍ମୁ ଓ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା। ଗତକାଲି ସଂଧ୍ୟାରେ ପୁରୀରେ ପହଞ୍ଚିବା ପରେ ସେ ରାତି ପ୍ରାୟ ସାଢ଼େ ୮ଟାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ରାତିରେ ଶ୍ରୀ ସିହ୍ନା ପୁରୀର ଏକ ହୋଟେଲରେ ରହିଛନ୍ତି।ଏହି ଗସ୍ତରେ ଉପରାଜ୍ୟପାଳଙ୍କ ସହିତ ତାଙ୍କର ପ୍ରମୁଖ ସଚିବ ଡକ୍ଟର ମନଦୀପ କୁମାର ଭଣ୍ଡାରି, ଓଏସଡି ଲେଫ୍ଟେନା କର୍ଣ୍ଣଲ ପ୍ରଶାନ୍ତ ଜନକର, ଜମ୍ମୁ କାଶ୍ମୀର ଦକ୍ଷତା ବିକାଶ ବିଭାଗର ସଚିବ ସୌରଭ ଭଗତ, ଅହମ୍ମଦାବାଦ ବିଶ୍ବବିଦ୍ୟାଳୟର କୁଳପତି ତଥା ପରିଚାଳନା ବୋର୍ଡର ଅଧ୍ୟକ୍ଷ ପ୍ରଫେସର ପଙ୍କଜ ଚନ୍ଦ୍ରା ଆସିଥିଲେ ।

ସୂଚନାନୁସାରେ, ଶୁକ୍ରବାର ଉପରାଜ୍ୟପାଳ ଓଡ଼ିଶା ଆସି ଭୁବନେଶ୍ବର ଠାରେ ସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ସେ ବିଶ୍ବ ଦକ୍ଷତା କେନ୍ଦ୍ରରେ ପହଞ୍ଚି ବିଭିନ୍ନ ଲାବୋରେଟୋରି ବୁଲି ଦେଖିଥିଲେ । ଏଥିସହ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକମାନଙ୍କ ସହ କଥା ହୋଇ ଏଠାରେ ଦିଆଯାଉଥିବା ଅତ୍ୟାଧୁନିକ ତାଲିମ ପାଠ୍ୟକ୍ରମ ବିଷୟରେ ପଚାରି ବୁଝିଥିଲେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.