Loading...

ଅନେକ ରୋଗର ମହୋଷଧି କଲରା ଜାଣନ୍ତୁ କିପରି

ଅନେକ ରୋଗର ମହୋଷଧି କଲରା ଜାଣନ୍ତୁ କିପରି

ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

କଲରା ଖାଇବାକୁ ଅନେକ୍ ଲୋକ ପସନ୍ଦ କରି ନଥାନ୍ତି । ଏହାର କାରଣ ହେଉଛି ଏହାର କଡା ସ୍ୱାଦ । କଲରାର ସ୍ୱାଦ ସୁଆଦିଆ ହୋଇ ନଥାଏ ସତ, ହେଲେ କଲରା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ । ଯାହା ଶରୀରକୁ ବିଭିନ୍ନ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା କଲରା ସେବନ କରିବା ଦ୍ୱାରା, ଏହା କେଉଁ ସବୁ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ ।

-ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

-ଗ୍ୟାସ୍ ସମସ୍ୟା, ବଦହଜମି ଭଳି ପେଟ ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ କଲରା । ତେଣୁ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ କଲରା ସାମିଲ କରିବା ଆବଶ୍ୟକ ।

-କଲରା ଜୁସ୍ ପ୍ରତିଦିନ ପିଇବା ଦ୍ୱାରା, ଏହା ଲିଭର ଜନିତ ସମସ୍ୟାକୁ ଦୂରେଇ ରଖିବାରେ ବେଶ ସହାୟକ ହୋଇଥାଏ ।

-କଲରାକୁ ସିଝାଇ ତାର ପାଣି ପିଇବା ଦ୍ୱାରା, ଏହା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ । ଏହା ସହିତ ଏହା ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରେ ।

-ରକ୍ତ ପରିଷ୍କାର କରିବାରେ ସାହାଯ୍ୟ କରେ କଲରା । ତେଣୁ ପ୍ରତିଦିନ ଖାଦ୍ୟ ତାଲିକାରେ କଲରାରେ ପ୍ରସ୍ତୁତ ବଞ୍ଜନ କିମ୍ବା କଲରା ଜୁସ୍ ସାମିଲ କରିବା ଲାଭଦାୟକ ହୋଇଥାଏ ।

-କିଡ୍‌ନୀ ଜନିତ ସମସ୍ୟା ପାଇଁ କଲରା ବହୁତ୍ ଉପକାର ହୋଇଥାଏ । ଏହି ସମସ୍ୟା ପାଇଁ କଲରା ସିଝା ପାଣି କିମ୍ବା କଲରା ରସ ବହୁତ୍ ଉପକାରୀ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.