ସି ଜିନପିଙ୍ଗ ଚୀନର ପୁଣିଥରେ ରାଷ୍ଟ୍ରପତି ହେବା ସହିତ ଏବେ ଚୀନରେ ଦେଖିବାକୁ ମିଳିଛି ନେତୃତ୍ୱର ପରିବର୍ତ୍ତନ । ଏହି କ୍ରମରେ ଲି ଛିୟାଙ୍ଗ ଚୀନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।ଲି ଛିୟାଙ୍ଗ ଜଣେ ପ୍ରୋ ବିଜନେସ୍ ଲିଡର। ଗତ ଅକ୍ଟୋବର ମାସରେ ଚୀନ୍ ସଂସଦରେ ବସିଥିବା ନ୍ୟାସନାଲ ପିପୁଲ୍ସ ପାର୍ଟିର ବୈଠକରେ ଝିୟାଙ୍ଗଙ୍କୁ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ନାମିତ କରାଯାଇଛି । ତେବେ ଝିୟାଙ୍ଗ ଏବେ ପ୍ରଧାନମନ୍ତ୍ରୀ ହେବା ପରେ, ଗଲା ୧୦ ବର୍ଷ ଧରି ଚୀନରେ ନମ୍ବର-୨ ନେତା ଥିବା କଛୟାଙ୍ଗକୁ କାର୍ଯ୍ୟରେ ଏବେ ବିରାମ ଲାଗିବାକୁ ଯାଉଛି ।
ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବରରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ର ମୁଖ୍ୟ ଭାବରେ ସି ଜିନପିଙ୍ଗଙ୍କ ଆଉ ପାଞ୍ଚ ବର୍ଷ କାର୍ଯ୍ୟକାଳ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଚୀନ୍ର ରବର ଷ୍ଟାମ୍ପ କୁହାଯାଉଥିବା ସଂସଦ ତାଙ୍କୁ ରାଷ୍ଟ୍ରପତି ଭାବରେ ନିଯୁକ୍ତି କରିଛି। ଏଥିସହ ସେ ଦେଶର କେନ୍ଦ୍ରୀୟ ସାମରିକ ଆୟୋଗର ମୁଖ୍ୟ ଭାବରେ ମଧ୍ୟ ପୁନଃ ନିର୍ବାଚିତ ହୋଇଛନ୍ତି ।