Loading...

ବିଦ୍ୟାଳୟକୁ ଫେରୁନାହାନ୍ତି ଶିକ୍ଷକଶିକ୍ଷୟତ୍ରୀ, ୨୬ରେ ରାଜଧାନୀରେ ମହାସମାବେଶ ପାଇଁ ପ୍ରସ୍ତୁତି

ବିଦ୍ୟାଳୟକୁ ଫେରୁନାହାନ୍ତି ଶିକ୍ଷକଶିକ୍ଷୟତ୍ରୀ, ୨୬ରେ ରାଜଧାନୀରେ ମହାସମାବେଶ ପାଇଁ ପ୍ରସ୍ତୁତି

ସାରା ରାଜ୍ୟର ସ୍କୁଲରେ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଛି। ଅନେକ ସ୍କୁଲରେ ଏବେ ବି ତାଲା ଝୁଲୁଛି। ଆଉ ଯେଉଁ ସ୍କୁଲ ଖୋଲା ରହିଛି ସେଠାରେ ପାଠପଢ଼ା ହେଉ ନାହିଁ।

ସାରା ରାଜ୍ୟର ସ୍କୁଲରେ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଛି। ଅନେକ ସ୍କୁଲରେ ଏବେ ବି ତାଲା ଝୁଲୁଛି। ଆଉ ଯେଉଁ ସ୍କୁଲ ଖୋଲା ରହିଛି ସେଠାରେ ପାଠପଢ଼ା ହେଉ ନାହିଁ। ପିଲାମାନେ ସ୍କୁଲ ଯାଉଛନ୍ତି, ହେଲେ ସେମାନେ କେବଳ ମଧ୍ୟାହ୍ନଭୋଜନ ଖାଇ ଘରକୁ ଫେରୁଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦିନ ପରେ ଦିନ ଗଡ଼ୁଛି। ମାତ୍ର ଥମୁନି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ। ଦାବି ପୂରଣ ଜିଦ୍‌ରେ ଅଡ଼ି ବସିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି। ଆସନ୍ତା ୨୬ ତାରିଖରେ ଭୁବନେଶ୍ବରରେ ଶିକ୍ଷକମାନଙ୍କର ମହାସମାବେଶ ଡାକରା ଦିଆଯାଇଛି। ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ଲୋୟର ପିଏମ୍‌ଜିରେ ହେବାକୁ ଥିବା ଏହି ସମାବେଶରେ ଲକ୍ଷାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବେ। ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଯାହା କ୍ଷତି ହେବ ସେଥିପାଇଁ ଗଣଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା ସତର୍କ କରାଇ ଦେଇଛନ୍ତି।ତେବେ 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.