Loading...

ଆଜିଠୁ ବଦଳିଛି ଟ୍ରେନ ଚଳାଚଳର ସମୟ, ଜାଣନ୍ତୁ କେଉଁ ଟ୍ରେନର ସମୟ କେତେବେଳେ

ଆଜିଠୁ ବଦଳିଛି ଟ୍ରେନ ଚଳାଚଳର ସମୟ, ଜାଣନ୍ତୁ କେଉଁ ଟ୍ରେନର ସମୟ କେତେବେଳେ

ନୂତନ ରେଳବାଇ ସମୟ ସାରଣୀ ଆସନ୍ତାକାଲି ତଥା ଅକ୍ଟୋବର ୧ ତାରିଖରୁ କାର୍ଯ୍ୟକାରୀ ହେବ । ଟ୍ରେନର ସମୟ ପରିବର୍ତ୍ତନ, ଟ୍ରେନର ସମ୍ପ୍ରସାରଣ, ଅତିରିକ୍ତ ଷ୍ଟପେଜ୍ ପ୍ରଦାନ, ଟ୍ରେନ ପୁନଃ ପ୍ରଚଳନ ଏବଂ ନୂତନ ଟ୍ରେନ ଚଳାଚଳ ଏହି ସମୟ ସାରଣୀରେ ଅନ୍ତର୍ଭୁକ୍ତ କରାଯାଇଛି ।

ନୂତନ ରେଳବାଇ ସମୟ ସାରଣୀ ଆସନ୍ତାକାଲି ତଥା ଅକ୍ଟୋବର ୧ ତାରିଖରୁ କାର୍ଯ୍ୟକାରୀ ହେବ । ଟ୍ରେନର ସମୟ ପରିବର୍ତ୍ତନ, ଟ୍ରେନର ସମ୍ପ୍ରସାରଣ, ଅତିରିକ୍ତ ଷ୍ଟପେଜ୍ ପ୍ରଦାନ, ଟ୍ରେନ ପୁନଃ ପ୍ରଚଳନ ଏବଂ ନୂତନ ଟ୍ରେନ ଚଳାଚଳ ଏହି ସମୟ ସାରଣୀରେ ଅନ୍ତର୍ଭୁକ୍ତ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସମୟ ତୁଳନାରେ 47 ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି ।ଅକ୍ଟୋବର ୧ ତାରିଖରୁ ଟ୍ରେନ ଉତ୍ପତ୍ତି ଷ୍ଟେସନ (ଛାଡୁଥିବା ମୂଳ ଷ୍ଟେସନ)ରେ ପୂର୍ବ ନିର୍ଦ୍ଧାରିତ ସମୟ ତୁଳନାରେ ୪୭ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ଟ୍ରେନର ସୁଗମ ଚଳାଚଳ ଦୃଷ୍ଟିରୁ ଅନେକ ଟ୍ରେନର ସମୟ ମଧ୍ୟ ବିଭିନ୍ନ ଷ୍ଟେସନରେ ପରିବର୍ତ୍ତନ କରାଯାଇଛି । ଉତ୍ପତ୍ତି ଷ୍ଟେସନରୁ ପ୍ରସ୍ଥାନ ସମୟର ପରିବର୍ତ୍ତନ, ଗନ୍ତବ୍ୟ ସ୍ଥଳରେ ଆଗମନ ସମୟର ପରିବର୍ତ୍ତନ ଓ ଗୁରୁତ୍ବପୂର୍ଣ୍ଣ ଷ୍ଟେସନରେ ଟ୍ରେନ ସମୟରେ ପରିବର୍ତ୍ତନ କରାଯାଇଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ୧୦ ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି ।

20813 20813 ପୁରୀ-ଯୋଧପୁର ଏକ୍ସପ୍ରେସ ପୁରୀ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର ଏବଂ କଟକ ।
18304 ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ପୁରୀ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ନରାଜ, ଢେଙ୍କାନାଳ, ଅନୁଗୋଳ ଓ ସମ୍ବଲପୁର
20815/20816 ଟାଟା-ବିଶାଖାପାଟନମ୍-ଟାଟା ଏକ୍ସପ୍ରେସ୍ ଟାଟା, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବ୍ରହ୍ମପୁର, ପଲାସା, ବିଜୟନଗରମ୍ ଏବଂ ବିଶାଖାପାଟନମ
18518 ବିଶାଖାପାଟନମ୍-କୋରବା ଏକ୍ସପ୍ରେସ ବିଶାଖାପାଟନମ୍, ମହାସମୁନ୍ଦ, ଲାଖୋଲି, ରାୟପୁର, ବିଲାସପୁର ଏବଂ କୋରବା
18447 ଭୁବନେଶ୍ୱର-ଜଗଦଲପୁର ହିରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱର, ବିଜୟନଗରମ୍, ରାୟଗଡା, ଦମନଯୋଡି, କୋରାପୁଟ, ଜୟପୁର ଏବଂ ଜଗଦଲପୁର
18452 ପୁରୀ-ହାଟିଆ ତାପସ୍ୱିନି ଏକ୍ସପ୍ରେସ ପୁରୀ-ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ଏବଂ ଅନୁଗୋଳ
18529 ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ ଦୁର୍ଗ, ବିଜୟନଗରମ , କୋଟାଭାଲାସା, ସିମାଚଳମ ଏବଂ ବିଶାଖାପାଟନମ
22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ ପାରାଦୀପ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ବିଜୟନଗରମ ଏବଂ ବିଶାଖାପାଟନମ୍
17243 ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସ ଦୁଭାଡା, ବିଶାଖାପାଟନମ୍, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ପାର୍ବତୀପୁରମ୍ ଟାଉନ ଷ୍ଟେସନ ମାନଙ୍କ ଠାରେ ସମୟରେ ପରିବର୍ତ୍ତନ କରାଯାଇଛି ।
 

ଏହା ବ୍ୟତୀତ ପୁରୀ-ଖୋର୍ଦ୍ଧା ରୋଡ୍-ପୁରୀ ପାସେଞ୍ଜର ସ୍ପେସିଆଲର ସମୟ ଉଭୟ ଦିଗରୁ ପରିବର୍ତ୍ତନ କରାଯାଇଛି । କେତେକ ଷ୍ଟେସନରେ ଉପରୋକ୍ତ ଟ୍ରେନ ମାନଙ୍କର ସମୟ ସାରଣୀ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଥବା ପୂର୍ବ ନିର୍ଦ୍ଧାରିତ ସମୟ ପରେ ପରିବର୍ତ୍ତିତ କରାଯାଇଛି ।୧୩ଟି ଟ୍ରେନର ସମୟ ମୂଳ ଷ୍ଟେସନରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ କିଛି ସମୟ ପୂର୍ବରୁ କିମ୍ବା କିଛି ସମୟ ପରେ ନିର୍ଦ୍ଧାରିତ କରାଯାଇଛି ।
 

20895 ରାମେଶ୍ୱରମ୍-ଭୁବନେଶ୍ୱର ଏକ୍ସପ୍ରେସ, 22873 ଦିଘା-ବିଶାଖାପାଟନମ୍ ଏକ୍ସପ୍ରେସ, 18423 ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ, 20807 ବିଶାଖାପାଟନମ୍-ଅମୃତସର ହିରାକୁଦ ଏକ୍ସପ୍ରେସ, 22809 ପାରାଦୀପ-ବିଶାଖାପାଟନମ୍ ଏକ୍ସପ୍ରେସ, 18309 ସମ୍ବଲପୁର-ଜାମ୍ମୁ ତବୀ ଏକ୍ସପ୍ରେସ, 12875 ପୁରୀ-ଆନନ୍ଦ ବିହାର ନୀଳାଚଳ ଏକ୍ସପ୍ରେସ, 20815 ଟାଟା-ବିଶାଖାପାଟନମ୍ ଏକ୍ସପ୍ରେସ, 22879 ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ, 22859 ପୁରୀ-ଚେନ୍ନାଇ ଏକ୍ସପ୍ରେସ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.