Loading...

ରାଜ୍ୟରେ ଆଜିଠୁ ସକାଳୁଆ ଖୋଲିଲା ସ୍କୁଲ

ରାଜ୍ୟରେ ଆଜିଠୁ ସକାଳୁଆ ଖୋଲିଲା ସ୍କୁଲ

ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ସକାଳୁଆ ପାଠପଢ଼ା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁ ସକାଳୁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଛି । ସାଢ଼େ ୬ଟାରୁ ଖୋଲିଛି କ୍ଲାସ ରୁମ୍ ।

ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ସକାଳୁଆ ପାଠପଢ଼ା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁ ସକାଳୁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଛି । ସାଢ଼େ ୬ଟାରୁ ଖୋଲିଛି କ୍ଲାସ ରୁମ୍ । ପାଠ ପଢୁଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା । ଗଣଶିକ୍ଷା ବିଭାଗର ସୂଚୀ ଅନୁସାରେ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢ଼ା ହେବ । ସେହିପରି ସକାଳ ୭ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ପାଠ ପଢାଯିବ ।ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏହା ସହିତ ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି । ଏଣୁ ପିଲାଙ୍କୁ ଖରା ଦାଉରୁ ରକ୍ଷା କରିବାକୁ ସକାଳୁଆ ସ୍କୁଲ ଖୋଲାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନ କରୋନା କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଗୁଡ଼ିକରେ ପର୍ଯ୍ୟାପ୍ତ ପିଇବା ପାଣି ମହଜୁଦ ରଖିବାକୁ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ପିଲାମାନେ ଖରା ସମୟରେ ଛତା ବ୍ୟବହାର କରିବାକୁ ପରାମର୍ଶ ଦେଇଛି ଗଣଶିକ୍ଷା ବିଭାଗ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.