Loading...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଭୋଟ୍ ମାଧ୍ୟମରେ ହେବ କଳାକାର ଚୟନ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଭୋଟ୍ ମାଧ୍ୟମରେ ହେବ କଳାକାର ଚୟନ

କରୋନା ଯୋଗୁଁ ଦୁଇବର୍ଷ ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଏଥର ଧୁମଧାମରେ ପାଳିତ ହେବ । ଚଳିତ ଥର ଧନୁଯାତ୍ରାକୁ ୭୫ ବର୍ଷ ପୂରଣ ହେଉଥିବାରୁ ଏହାକୁ ଭବ୍ୟ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଛି ।

କରୋନା ଯୋଗୁଁ ଦୁଇବର୍ଷ ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଏଥର ଧୁମଧାମରେ ପାଳିତ ହେବ । ଚଳିତ ଥର ଧନୁଯାତ୍ରାକୁ ୭୫ ବର୍ଷ ପୂରଣ ହେଉଥିବାରୁ ଏହାକୁ ଭବ୍ୟ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ବିଶେଷ ପ୍ରସ୍ତୁତି କରାଯାଇଛି । ଏଥର ଧନୁଯାତ୍ରା ପାଇଁ କଳାକାର ଚୟନ ଭୋଟ୍ ମାଧ୍ୟମରେ ହେବ, ଯାହା ଧନୁଯାତ୍ରା ଇତିହାସରେ ପ୍ରଥମ । ଆସନ୍ତା ନଭେମ୍ବର ୧୦ ତାରିଖରେ କଳାକାର ଚୟନ ପ୍ରକ୍ରିୟା ଶେଷ ହେବ । ଏଥିପାଇଁ ଆଗାମୀ ୨୨ ରୁ୩୦ ତାରିଖ ପର୍ଯ୍ୟନ୍ତ କଳାକାର ମାନଙ୍କ ଠାରୁ ଆବେଦନ ଗ୍ରହଣ କରାଯିବ । କଳାକାର ଚୟନ କମିଟିକୁ ମଧ୍ୟ ଭାଙ୍ଗି ଦିଆଯାଇ ନୂଆ ୭ ଜଣିଆ କମିଟି ଗଠନ କରାଯାଇଛି । ପ୍ରଥମଥର କୌଣସି ନିଷ୍ପତିକୁ ଭୋଟ୍ ମାଧ୍ୟମରେ ଗ୍ରହଣ କରାଯାଉଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟକ୍ତ ପ୍ରକାଶ ପାଇଛି । ବରଗଡ଼ ଧନୁଯାତ୍ରା କମିଟିର ବାଇ-ଲ ଅନୁସାରେ ପ୍ରତି ତିନିବର୍ଷରେ କଳାକାର ଚୟନ ପ୍ରଥା ରହିଛି । ସେହିକ୍ରମରେ ୨୦୧୭ରେ ଶେଷଥର ଚୟନ କରାଯାଇଥିବା ବେଳେ ମନୋନୀତ କଂସ ଏବଂ ଅନ୍ୟ କଳାକାର ୨୦୧୯ରୁ ତାଙ୍କ ୩ ବର୍ଷ ପୂରଣ କରି ସାରିଛନ୍ତି । ୨୦୨୦ରେ ନୂଆ ଚୟନ କରାଯାଇ ଯାତ୍ରା ହେବାକୁ ଥିଲେ ମଧ୍ୟ କରୋନା ପାଇଁ ଦୁଇ ବର୍ଷ ଯାତ୍ରା ହୋଇନଥିଲା । ତେଣୁ ପ୍ରଥା ଅନୁସାରେ ନୂଆ ମନୋନୀତ କଳାକାରଙ୍କୁ ନେଇ ଏଥର ଯାତ୍ରା ମଂଚସ୍ଥ କରାଯାଉ ବୋଲି ସମସ୍ତେ ଦାବି କରିଆସୁଥିଲେ । ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଳାକାର ଚୟନ ନିଷ୍ପତି ଉପରେ ଆଲୋଚନା କରିଥିଲେ । ଆସନ୍ତା ଡ଼ିସେମ୍ବର ୨୭ରୁ ୨୦୨୩ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.