Loading...

ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ “ଘଡି ପୋଡ଼ା ମଟନ”

ଆଜିହିଁ ଘରେ ପ୍ରସ୍ତୁତ କରନ୍ତୁ “ଘଡି ପୋଡ଼ା ମଟନ”

ପ୍ରଥମେ ଖାସି ମାଂସକୁ ଭଲଭାବେ ସଫା କରି ରଖନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ମଟନ, ଅଦା ରସୁଣ ଛେଚା, କଟା ପିଆଜ, ଧଣିଆ ପତ୍ର, କଞ୍ଚା ଲଙ୍କା, ସୁଖିଲା ଲଙ୍କା, ଡାଲଚିନି, ଗୁଜୁରାତି, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ।

ଆବଶ୍ୟକ ସାମଗ୍ରୀ

ମଟନ, ଆଦା ରସୁଣ ଛେଚା,  କଟା କଞ୍ଚା ଲଙ୍କା, କଟା ଧଣିଆ ପତ୍ର, କଟା ପିଆଜ, ହଳଦୀ, ଲୁଣ, ଲଙ୍କାଗୁଣ୍ଡ, ସୁଖିଲା ଲଙ୍କା, ଡାଲଚିନି, ଅଳେଇଚ, ରିଫାଇନ ତେଲ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଖାସି ମାଂସକୁ ଭଲଭାବେ ସଫା କରି ରଖନ୍ତୁ। ବର୍ତ୍ତମାନ  ଏକ ପାତ୍ରରେ ମଟନ, ଅଦା ରସୁଣ ଛେଚା, କଟା ପିଆଜ, ଧଣିଆ ପତ୍ର, କଞ୍ଚା ଲଙ୍କା, ସୁଖିଲା ଲଙ୍କା, ଡାଲଚିନି, ଗୁଜୁରାତି, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ଦୁଇ ଚାମଚ ରିଫାଇନ୍‌ ତେଲ ଦୁଇ ଚାମଚ ପକାଇ ଆଉ ଥରେ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏହାକୁ ଘଡିରେ ପୁରେଇ ଦିଅନ୍ତୁ। ଏବେ ଏହାକୁ ପୋଡ଼ିବାର ସମୟ। ଚୁଲି ଭିତରେ ବନ୍ଧା ହୋଇଥିବା ମାଂସକୁ ରଖନ୍ତୁ ଉପରେ କିଛି  ଅଙ୍ଗାର ପକାଇ ଦିଅନ୍ତୁ। ଉପରେ ଟିକେ ମାଟି ମଧ୍ୟ ପକାଇ ଦିଅନ୍ତୁ। ପାଖାପାଖି  ୫୦ ମିନିଟ ପରେ ପ୍ରସ୍ତୁତ ହୋଇଯିବ ଘଡି ପୋଡ଼ା ମଟନ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.