Loading...

ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଡାକ ଟିକେଟ ଜାରି କରିବେ ଭାରତ ସରକାର: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଡାକ ଟିକେଟ ଜାରି କରିବେ ଭାରତ ସରକାର: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭାରତ ସରକାର କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଡାକ ଟିକେଟ ଜାରି କରିବାକୁ ଯାଉଛନ୍ତି।

ଭାରତ ସରକାର କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଡାକ ଟିକେଟ ଜାରି କରିବାକୁ ଯାଉଛନ୍ତି। ଗତକାଲି ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଗତକାଲି ସ୍ବର ସମ୍ରାଜ୍ଞୀ ଲତାଜୀଙ୍କର ଦେହାନ୍ତ ହେବା ପରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମୁମ୍ବାଇ ଯାଇ ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଥିବା ଦେଖାଯାଇଥିଲା। ଏବେ ସ୍ବର କୋକିଳାଙ୍କୁ ସମ୍ମାନ ଦେବାକୁ ଯାଇ ଭାରତ ସରକାର ଲତା ମଙ୍ଗେସକରଙ୍କୁ ନେଇ ଡାକ ଟିକେଟ ଜାରି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.