Loading...

ଦୁଇ ବର୍ଷ ପରେ ଏଥର ବିନା କୋଭିଡ କଟକଣାରେ ଜମିବ ରଙ୍ଗ ଖେଳ

ଦୁଇ ବର୍ଷ ପରେ ଏଥର ବିନା କୋଭିଡ କଟକଣାରେ ଜମିବ ରଙ୍ଗ ଖେଳ

ଆଉ ୩ଦିନ ପରେ ରଙ୍ଗର ପର୍ବ ହୋଲି । ଦୁଇ ବର୍ଷ ପରେ ଏଥର ଜମିବ ରଙ୍ଗ ଖେଳ । କୋଭିଡ୍‌ ଭୟ ପ୍ରାୟତଃ ନାହିଁ । କଟକଣା ବି ନାହିଁ । ଦୁଇ ବର୍ଷ ପରେ ବାହାରେ ହୋଲି ଖେଳିବା ପାଇଁ ସୁଯୋଗ ମିଳିଛି। ଲୋକେ ଏହାକୁ ନେଇ ବେଶ୍‌ ଉତ୍ସାହିତ ।କରୋନା ସଂକ୍ରମଣ କମିଥିବାରୁ ଏବେ କଟକଣା କମିଛି ସତ ହେଲେ ପୂର୍ବପରି ବାହାରେ ରଙ୍ଗ ଖେଳ ପାଇଁ ରହିଛି ବାରଣ।

ଆଉ ୩ଦିନ ପରେ ରଙ୍ଗର ପର୍ବ ହୋଲି । ଦୁଇ ବର୍ଷ ପରେ ଏଥର ଜମିବ ରଙ୍ଗ ଖେଳ । କୋଭିଡ୍‌ ଭୟ ପ୍ରାୟତଃ ନାହିଁ । କଟକଣା ବି ନାହିଁ । ଦୁଇ ବର୍ଷ ପରେ ବାହାରେ ହୋଲି ଖେଳିବା ପାଇଁ ସୁଯୋଗ ମିଳିଛି। ଲୋକେ ଏହାକୁ ନେଇ ବେଶ୍‌ ଉତ୍ସାହିତ ।କରୋନା ସଂକ୍ରମଣ କମିଥିବାରୁ ଏବେ କଟକଣା କମିଛି ସତ ହେଲେ ପୂର୍ବପରି ବାହାରେ ରଙ୍ଗ ଖେଳ ପାଇଁ ରହିଛି ବାରଣ। କେବଳ ପରିବାର ‌ଲୋକଙ୍କ ସହ ଘରେ ରହି ରଙ୍ଗର ପର୍ବକୁ ମନାଇବେ ସହରବାସୀ। ତେବେ କରୋନା ସଂକ୍ରମଣ କମିଥିବାରୁ ଫଗୁ ଦଶମୀ ଠାରୁ ରାଧାକୃଷ୍ଣଙ୍କ ଦୋଳ ମେଲଣ ସହରରେ ଧୁମ୍‌ଧାମରେ ପାଳନ କରାଯାଉଥିବା ବେଳେ ହୋଲି ପାଇଁ ମଧ୍ୟ ସହରବାସୀଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଯେଉଁଠି ଗତବର୍ଷ ଲୋକେ ଭୟଭୀତ ହୋଇ ପରିବାର ଲୋକଙ୍କ ସହ ରଙ୍ଗ ଖେଳିବାକୁ ପଛଘୁଞ୍ଚା ଦେଉଥିଲେ ଏବେ ସେଠି ଲୋକେ କିଣୁଛନ୍ତି ଭଳି କି ଭଳି ରଙ୍ଗ ଓ ପିଚ୍‌କାରୀ। କଟକଣା ରଙ୍ଗ ଦୋକାନୀଙ୍କୁ ଦୁଇ ବର୍ଷ ହେବ ନିରାଶ କରି ଦେଇଥିଲା ବେଳେ ଚଳିତବର୍ଷ ଦୋକାନୀଙ୍କ ମୁହଁରେ ଫୁଟିଛି ହସ। ଗତବର୍ଷ ଏହି ସମୟରେ କରୋନା ପ୍ରକୋପ ଆରମ୍ଭ ହେଉଥିବାରୁ ବେପାର ସମ୍ପୂର୍ଣ୍ଣ ମାନ୍ଦା ହୋଇଥିଲା। କିନ୍ତୁ ଏଥର ସ୍ଥିତି ଯାହା ସେଥିରେ ଆଗକୁ ଆହୁରି ବେପାର ଅଧିକ ହେବା ନେଇ ବ୍ୟବସାୟୀ ଆଶା ରଖିଛନ୍ତି। ସହରର ପ୍ରମୁଖ ସ୍ଥାନ ଚୌଧୁରୀ ବଜାର, ନୟାସଡ଼କ, କଲେଜ ଛକ, ଦୋଳମୁଣ୍ତାଇ ଆଦି ସ୍ଥାନରେ ରଙ୍ଗ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଭିଡ଼ ଜମୁଛି।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.