Loading...

୨୦୦୦ ନୋଟ ବ୍ୟାନ ହେଲେ ବନ୍ଦ ହେବ ବ୍ଲାକ ମନି

୨୦୦୦ ନୋଟ ବ୍ୟାନ ହେଲେ ବନ୍ଦ ହେବ ବ୍ଲାକ ମନି

କଳାଧନକୁ ବନ୍ଦ କରିବାକୁ ହେଲେ ୨୦୦୦ଟଙ୍କିଆ ନୋଟ ବନ୍ଦ କରିବାକୁ ହେବ। ରାଜ୍ୟସଭାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ବିହାରର ବିଜେପି ସାଂସଦ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏଭଳି ଦାବି କରିଛନ୍ତି।

କଳାଧନକୁ ବନ୍ଦ କରିବାକୁ ହେଲେ ୨୦୦୦ଟଙ୍କିଆ ନୋଟ ବନ୍ଦ କରିବାକୁ ହେବ। ରାଜ୍ୟସଭାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନରେ ବିହାରର ବିଜେପି ସାଂସଦ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଏଭଳି ଦାବି କରିଛନ୍ତି। ଶୂନ୍ୟ କାଳ ସମୟରେ ୨୦୦୦ଟଙ୍କିଆ ନୋଟ ପ୍ରସଙ୍ଗ ଉଠାଇ ସେ ଏହି ନୋଟ୍ ବନ୍ଦ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି।ସାଂସଦ ସୁଶୀଲ କୁମାର ମୋଦୀ କହିଛନ୍ତି ଯେ, ବଜାରରେ ୨୦୦୦ଟଙ୍କିଆ ନୋଟ୍ ଆଉ ଦେଖାଯାଉ ନାହିଁ। ଏଟିଏମରେ ମଧ୍ୟ ୨୦୦୦ଟଙ୍କିଆ ନୋଟ୍ ଉପଲବ୍ଧ ହେଉନାହିଁ। ସରକାର ବର୍ତ୍ତମାନ ଏନେଇ ସ୍ପଷ୍ଟୀକରଣ ଦେବା ଉଚିତ୍। ନଭେମ୍ବର ୮, ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଏବଂ ୧୦୦୦ଟଙ୍କାର ନୋଟକୁ ଅବୈଧ ବୋଲି ଘୋଷଣା କରିଥିଲେ ଏବଂ ନଭେମ୍ବର ୯, ୨୦୧୬ରୁ ଏହାର ବ୍ୟବହାର ବନ୍ଦ କରିବାକୁ ଘୋଷଣା କରିଥିଲେ। ବିମୁଦ୍ରୀକରଣ ପରେ ତୁରନ୍ତ ନୂଆ ୫୦୦ଟଙ୍କିଆ ନୋଟ୍ ସହିତ ନୂଆ ୨୦୦୦ ଟଙ୍କିଆ ନୋଟ୍ ମଧ୍ୟ ଜାରି କରାଯାଇଥିଲା। ହେଲେ ଗତ ୩ବର୍ଷ ଧରି ଆରବିଆଇ ୨୦୦୦ ଟଙ୍କିଆ ନୋଟ ଛାପିବା ବନ୍ଦ କରି ଦେଇଛି। ୨୦୦୦ ଟଙ୍କିଆ ନକଲି ନୋଟ୍ ବହୁ ସଂଖ୍ୟାରେ ଜବତ କରାଯାଉଛି। ଲୋକମାନେ ବହୁ ସଂଖ୍ୟାରେ ୨୦୦୦ ଟଙ୍କିଆ ନୋଟ୍ ଜମା କରି ରଖିଛନ୍ତି, ଯାହା ବେଆଇନ ବ୍ୟବସାୟରେ ବ୍ୟବହୃତ ହେଉଛି। ଏଭଳି ହେବା ଦ୍ବାରା କଳାଧନ ବଢ଼ୁଛି। ମୁଁ ଭାରତ ସରକାରଙ୍କୁ ଅନୁରୋଧ କରୁଛି ଯେ, ୨୦୦୦ଟଙ୍କିଆ ନୋଟକୁ ପର୍ଯ୍ୟାୟକ୍ରମେ ବନ୍ଦ କରନ୍ତୁ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.