ସାରିଲା ୨୦୦୦ ନୋଟ୍ ବଦଳ ଅବଧି, ଆଉ ଏକ ମାସ ବଢିପାରେ ବଦଳି ଅବଧି
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
Loading...
ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ୩ ପ୍ରମୁଖ ଦଳ । ଏବେ ସରଗରମ ହେବ ପ୍ରଚାର ମଇଦାନ । ବିଜେପିର ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସର ହରେକୃଷ୍ଣ ସେଠି, ବିଜେଡିର ଅବନ୍ତୀ ଦାସ ମଧ୍ୟରେ ନିର୍ବାଚନୀ ମୁକାବିଲା ହେବ ।
ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲେ ୩ ପ୍ରମୁଖ ଦଳ । ଏବେ ସରଗରମ ହେବ ପ୍ରଚାର ମଇଦାନ । ବିଜେପିର ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସର ହରେକୃଷ୍ଣ ସେଠି, ବିଜେଡିର ଅବନ୍ତୀ ଦାସ ମଧ୍ୟରେ ନିର୍ବାଚନୀ ମୁକାବିଲା ହେବ । ଏହି ତିନି ନେତା ଧାମନଗର ନିର୍ବାଚନ ମଣ୍ଡଳିର ପ୍ରାର୍ଥୀ । ଗତକାଲି କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିଛନ୍ତି । ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିି ଶାସକ ଦଳ ସମସ୍ତଙ୍କୁ ମହିଳା କାର୍ଡ ଖେଳିଛି ।ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ସେପଟେ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ଧାମନଗର ଉପ ନିର୍ବାଚନ କହି ରାଜ୍ୟରେ କେଉଁ ଦଳର ସ୍ଥିତି କିପରି ରହିଛି । ତେଣୁ ପ୍ରମୁଖ ରାଜନୈତିକ ଦଳ ବିଜେଡି. ବିଜେପି ଓ କଂଗ୍ରେସ ପାଇଁ ଏହା ସମ୍ମାନର ପ୍ରଶ୍ନ । ସୂରଜଙ୍କୁ ମୈଦାନକୁ ଓହ୍ଲାଇ ଅନୁକମ୍ପା ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଜନତା ପାର୍ଟି ।
ସେପଟେ ବିଜେପିକୁ ଟକ୍କର ଦେବା ପାଇଁ ମହିଳା କାର୍ଡ ଖେଳିଛି ବିଜେଡି । ୨୦୧୯ ପରେ ରାଜ୍ୟରେ ଯେତିକି ଉପନିର୍ବାଚନ ହୋଇଛି, ସବୁଥିରେ ବିଜେଡି ବିଜୟର ବାନା ଉଡାଇଛି । ଏପରିକି ବାଲେଶ୍ୱର ସଦର ଆସନ ବିଜେପିରେ ଥିଲେ ବି ତାହାକୁ ମଧ୍ୟ ବିଜେପି ହାତରୁ ଛଡାଇ ନେଇଥିଲା ବିଜେଡି । ତେଣୁ ଧାମନଗରରେ ବିଜୟର ଧ୍ୱଜା ଉଡାଇବାକୁ ବିଜେଡି ପ୍ରୟାସ କରୁଥିଲା ବେଳେ ଗଡ ରକ୍ଷା କରିବା ପାଇଁ ବିଜେପି ଜୋରଦାର ଉଦ୍ୟମ କରୁଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ।
ଇସ୍କନ୍ ପକ୍ଷରୁ ମେନକାଙ୍କ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ଦର୍ଶାଇ ଖଣ୍ଡନ କରାଯାଇଛି। ଉକ୍ତ ଅନୁଷ୍ଠାନ ଏବେ ବିଜେପି ସାଂସଦଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।