ଜାଣନ୍ତୁ ବାସ୍ତୁ ଅନୁସାରେ ଦିଆସିଲି ରଖିବାର ସଠିକ ଜାଗା
ଆସନ୍ତୁ ଆଜି ଆମେ ଜାଣିବା ବସ୍ତୁ ସହକିପରି ଜଡିତ ଦିଆସିଲି। କେଉଁଠି ରଖିବେ ଓ କେଉଁଠି ନରଖିଲେ ଆପଙ୍କ ଜୀବନରେ ସୁଖ ଓ ଶାନ୍ତି ଭରିଯିବ।
Loading...
ରୋଷେଇ ଘରକୁ ବାସ୍ତୁ ଅନୁସାରେ ତିଆରି କରିବା ଜରୁରୀ ଅଟେ ଅନ୍ୟଥା ଏହା ରୋଗ,ଶୋକ ଅଥବା ଧନହାନୀର କାରଣ ହୋଇପାରେ।ଅସାନ୍ତୁ ଜାଣିବା ରୋଷେଇ ଘର ସମ୍ବନ୍ଧରେ ୧୦ଟି ଖାସ କଥା।
ରୋଷେଇ ଘରକୁ ବାସ୍ତୁ ଅନୁସାରେ ତିଆରି କରିବା ଜରୁରୀ ଅଟେ ଅନ୍ୟଥା ଏହା ରୋଗ,ଶୋକ ଅଥବା ଧନହାନୀର କାରଣ ହୋଇପାରେ।ଅସାନ୍ତୁ ଜାଣିବା ରୋଷେଇ ଘର ସମ୍ବନ୍ଧରେ ୧୦ଟି ଖାସ କଥା।
୧.ରୋଷେଇ ଘରର ଦିଗ:- ଏହା ଅଗ୍ନେୟ କୋଣରେ ରହିବା ଶୁଭ ହୋଇଥାଏ।ଯଦି ଏହା ହୋଇନଥାଏ ତାହେଲେ ଏହା ଘରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ବିଶେଷକରି ମହିଳାମାନଙ୍କ ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇଥାଏ।ଏହାର ଉପଚାର ହେଉଛି କି ରୋଷେଇ ଘରର ଉତ୍ତର ପୂର୍ବ ଅର୍ଥାତ ଇସାନି କୋଣରେ ସିନ୍ଦୁରି ଗଣେଶଜିଙ୍କର ମୂର୍ତ୍ତି ଲଗାନ୍ତୁ।
୨.କେଉଁ କୋଣରେ କଣ ହେବା ଉଚିତ:- ଚୁଲା ଅଗ୍ନେୟ କୋଣରେ,ପ୍ଲାଟଫୋର୍ମ ପୂର୍ବରୁ ଦକ୍ଷିଣକୁ ଘେରିଲା ଭଳି ହେବା ଦରକାର।ୱାସ ବେସିନ ଉତ୍ତରରେ ରହିବ ଉଚିତ ଏବଂ ଭୋଜନ ତିଆରି ସମୟରେ ମୁଖ ଆଡକୁ ରହିବା ଉଚିତ।
୩.କେଉଁ ଦିଗରେ କଣ ରଖିବେ:- ଠାରେ ପିଇବା ପାଣି ଉତ୍ତର ପୂର୍ବ ଦିଗରେ ରଖିବା ଉଚିତ।ଏଠାରେ ପାଣି ଏବଂ ନିଆଁକୁ କେବେବି ପାଖାପାଖି ରହିବ ଉଚିତ ନୁହଁ।ଘରେ ଯଦି ଅଲଗା ଡାଇନିଂ ଟେବୁଲର ବ୍ୟବସ୍ଥା ରହିଛି ତାହେଲେ ତାହା ପଶ୍ଚିମ ଅଥବା ଉତ୍ତର ଦିଗରେ ରହିବା ଉଚିତ।ମଇକ୍ରୋୱେବ,ମିକ୍ସଚର ଅଥବା ଅନ୍ୟ କୌଣସି ଧାତୁ ଉପକରଣ ଦକ୍ଷିଣ ପୂର୍ବରେ ରଖନ୍ତୁ।ଫ୍ରିଜକୁ ଉତ୍ତର ପଶ୍ଚିମ ଦିଗରେ ରଖନ୍ତୁ ଏବଂ ରୋଷେଇ ଘରେ କଦାପି ଅଲିଆଜାଗା ରଖନ୍ତୁ ନାହିଁ।
୪.କେମିତି ହେବା ଉଚିତ ରୋଷେଇ ଘର:- ରୋଷେଇ ଘର ଖୋଲା ଖୋଲା ଏବଂ ଚାରିକୋଣିଆ ହେବା ଉଚିତ।ଏହା କାନ୍ଥର ରଙ୍ଗ ହଳଦିଆ,ନାରଙ୍ଗୀ ନହେଲେ ଗେରୁଆ ରଖନ୍ତୁ।ଇସାନ କୋଣରେ ଜଳ ରଖିବାକୁ ସ୍ଥାନ କରନ୍ତୁ।ଏଠାରେ ଭଗବାନଙ୍କୁ ରଖିବା ଶୁଭ ହୋଇନଥାଏ।ରୋଷେଇ ଘର ପାଖରେ ଶୌଚାଳୟ କେବେବି ବନାନ୍ତୁ ନାହିଁ।ସିଙ୍କ ଏବଂ ଚୁଲା ଗୋଟେ ପ୍ଲାଟଫୋର୍ମରେ ନ ରହିବା ଉଚିତ।ଏହାସହିତ ଚୁଲା ଉପରେ କୌଣସି ପ୍ରକାରର ସେଲ୍ଫ ନରହିବା ଉଚିତ।
୫.କେମିତି ବାସନ ରହିବା ଉଚିତ ରୋଷେଇ ଘରେ:- ଏଠାରେ ଷ୍ଟିଲ ଏବଂ ଲୁହା ବାସନ ନ ରଖି ଚାନ୍ଦି,ପିତଳ ଅଥବା କଂସାର ବାସନ ରଖନ୍ତୁ।ଲୁହା ବାସନରେ ଖାଇବା ରାନ୍ଧନ୍ତୁ,ପିତଳରେ ଖାଇବା ଖାଆନ୍ତୁ ଏବଂ କଂସା ବାସନରେ ପାଣି ପିଅନ୍ତୁ।ଘରେ ପିତଳ ଏବଂ ତମ୍ବା ଦ୍ୱାରା ସକାରାତ୍ମକ ଏବଂ ଶାନ୍ତିମୟ ଉର୍ଜାର ବିସ୍ତାର ଘଟିଥାଏ।ରୋଷେଇ ଘରେ କେବେବି ପ୍ଲାଷ୍ଟିକ ଜିନିଷ ରଖନ୍ତୁ ନାହିଁ କାରଣ ଏହା ରୋଷେଇ ଘରର ଉର୍ଜା ଖରାପ କରିବା ସହ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।
୬.ରୋଷେଇ ଘରର ନିୟମ:- ରୋଷେଇଘରେ ବାସନ ଷ୍ଟାଣ୍ଡ ଉପରେ ସୁନ୍ଦର ଫଳ ଏବଂ ପରିବା ର ଚିତ୍ର ଲଗାନ୍ତୁ।ଅନ୍ନପୂର୍ଣ୍ଣା ମାତାଙ୍କ ଛବି ମଧ୍ୟ ଲଗାଇ ପାରିବେ।ରୋଷେଇଘରକୁ ସବୁବେଳେ ସଫାସୁଥୁରା ରଖନ୍ତୁ।ଖାଇବା ଥାଳିକୁ କେବେବି ଗୋଟେ ହାତରେ ଧରନ୍ତୁ ନାହିଁ।ଭୋଜନ ପରେ ଥାଳିରେ ହାତ ଧୁଅନ୍ତୁ ନାହିଁ ଏବଂ ଥାଳିରେ କେବେ ଅଇଁଠା ଛାଡନ୍ତୁ ନାହିଁ।ରୋଷେଇଘର ହି ବସିକରି ଭୋଜନ କରନ୍ତୁ ଏହାଦ୍ୱାରା ରାହୁ ଶାନ୍ତ ହୋଇଥାଏ।ରୋଷେଇଘର ନଳରୁ ପାଣି ପଡିବା ଆର୍ଥିକ କ୍ଷତିର ସଂକେତ ହୋଇଥାଏ।ତେଣୁ ଘରେ ଯଦି କୌଣସିବି ଜାଗାରୁ ପାଣି ବାହାରିଥାଏ ତେବେ ତାହାକୁ ବି ଠିକ କରନ୍ତୁ।
୭.ଏହି ସାମଗ୍ରୀ ରଖନ୍ତୁ ରୋଷେଇ ଘରେ:- କୁହାଯାଇଥିବା ବସ୍ତୁମାନଙ୍କ ମଧ୍ୟରୁ କିଛି ପୂଜା ସାମଗ୍ରୀ ଏବଂ କିଛି ଖାଇବା ସାମଗ୍ରୀ ଅଟେ ଯାହା ସ୍ୱାସ୍ଥ୍ୟକୁ ଠିକ ରଖିଥାଏ।ଆମେ ଏଠି ଅଳ୍ପକିଛିର ଉଦାହରଣ ଦଉଛୁ।ପାଞ୍ଚାମୃତ,ଅରୁଆ ଚାଉଳ,ମୌଳି,ଅଷ୍ଟଗନ୍ଧ,ଦୀପ,କପୁର,ସାଳିତା ଇତ୍ୟାଦି।
୮.ରୋଷେଇ ଘର କିପରି ଆକୃତି ଲଗେଇବେ:- ଏଥିପାଇଁ ଆମେ ଦୁଇପ୍ରକାର ଆକୃତିର ଚୟନ କରିଛୁ।ପ୍ରଥମ ହେଉଛି ପରମ୍ପରା ରୂପରେ ତିଆରି ହୋଇଥିବା ଆକୃତି ଯାହା ମଣ୍ଡଳ ତଥା ଅଳ୍ପନା କଳା ଅନ୍ତର୍ଗତ ଆସିଥାଏ।ଏଥିରେ ଫୁଲ,ଫଳ ଆଦିର ଆକୃତି ରହିଥାଏ।ଦ୍ୱିତୀୟ ପ୍ରକାରର ଆକୃତି ବସ୍ତୁଦୋଷକୁ ନଷ୍ଟ କରିବା ପାଇଁ ହୋଇଥାଏ ଯେମିତି ଗଣେଶ ଚିତ୍ର ଅଥବା ଯଜ୍ଞର ଚିତ୍ର।
୯.ରୋଷେଇଘରର ରଙ୍ଗ:- ଅଗ୍ନେୟ କୋଣର କାନ୍ଥରେ ନାରଙ୍ଗୀ ରଙ୍ଗ କରିପାରିବେ।ଦକ୍ଷିଣ ପୂର୍ବ କକ୍ଷରେ ହଳଦିଆ ତଥା ନାରଙ୍ଗୀ ରଙ୍ଗର ପ୍ରୟୋଗ କରିବା ଉଚିତ।
୧୦.ରୋଷେଇ ଘରେ ବସିକରି ହି କରନ୍ତୁ ଭୋଜନ:- ବାସ୍ତୁ ଏବଂ ଜ୍ୟୋତିଷ ଅନୁଯାୟୀ ଭୋଜନ ସେଠି କରିବା ଉଚିତ ଯେଉଁଠି ରୋଷେଇଘର ଅଛି।ଏହାଦ୍ୱାରା ରାହୁ ଏବଂ କେତୁର ପ୍ରଭାବ ହୋଇନଥାଏ।ଯେଉଁଠି କୌଣସି ଛାତ ନଥାଏ ସେଠି ଭୋଜନ କରିବା ଦ୍ୱାରା ରାହୁ ଏବଂ କେତୁର ପ୍ରଭାବ ସକ୍ରିୟ ରହିଥାଏ।
ପଢନ୍ତୁ: ଘରୁ ନେଗେଟିଭିଟି ଦୂର କରିବା ପାଇଁ ଘରେ ଲଗାନ୍ତୁ ୱିଣ୍ଡ୍ ଚାଇମ୍
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତୁ ଆଜି ଆମେ ଜାଣିବା ବସ୍ତୁ ସହକିପରି ଜଡିତ ଦିଆସିଲି। କେଉଁଠି ରଖିବେ ଓ କେଉଁଠି ନରଖିଲେ ଆପଙ୍କ ଜୀବନରେ ସୁଖ ଓ ଶାନ୍ତି ଭରିଯିବ।
ଆଙ୍ଗୁଠିରେ ତମ୍ବା ପିନ୍ଧିବା ଦ୍ଵାରା ଆପଣଙ୍କୁ ବହୁତ ପ୍ରକାରର ଲାଭ ହୋଇଥାଏ ଯାହା ବିଷୟରେ ଆପଣଙ୍କୁ ପଢିବା ଦରକାର ଏବଂ ଏହା ପରେ ଆପଣ ନିଜେ ତମ୍ବାର ମୁଦି ପିନ୍ଧିବା ଆରମ୍ଭ କରିଦେବେ ।
ଯଦି ଆପଣଙ୍କ ଘରେ କାହାକୁ ମାନସିକ ଯନ୍ତ୍ରଣା ଅଛି ତ ତାଙ୍କୁ ବି ସେହି ରୁମ ରେ ପ୍ରବେଶ କରନ୍ତୁ ଯାହାଦ୍ୱାରା କି ସେମାନେ ବି ମାନସିକ ଯନ୍ତ୍ରଣା ରୁ ମୁକ୍ତ ରହିବେ।