Loading...

ଜାଣନ୍ତୁ କେଉଁ ରାଶିର ଲୋକେ ସୁନା ଧାରଣ କଲେ ମିଳିଥାଏ ଶୁଭଫଳ

ଜାଣନ୍ତୁ କେଉଁ ରାଶିର ଲୋକେ ସୁନା ଧାରଣ କଲେ ମିଳିଥାଏ ଶୁଭଫଳ

ବାସ୍ତୁଶାସ୍ତ୍ରରେ ସୁନାର ଏକ ବିଶେଷ ସ୍ଥାନ ରହିଛି। କୁହାଯାଏ, ସୁନା ଜିନିଷ ଧାରଣ କଲେ ଏକାଗ୍ରତା ବଢ଼େ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ।

ବାସ୍ତୁଶାସ୍ତ୍ରରେ ସୁନାର ଏକ ବିଶେଷ ସ୍ଥାନ ରହିଛି। କୁହାଯାଏ, ସୁନା ଜିନିଷ ଧାରଣ କଲେ ଏକାଗ୍ରତା ବଢ଼େ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ। ସେହିପରି ଗ୍ରହ ଦୋଷ କାଟିବା ପାଇଁ ଦେବୀ-ଦେବତାଙ୍କୁ ମଧ୍ୟ ସୁନା ଦାନ କରାଯାଇଥାଏ। ତେବେ ବାସ୍ତୁ ଅନୁସାରେ ଚାରୋଟି ରାଶିର ଲୋକେ ସୁନା ଅଳଙ୍କାର ପିନ୍ଧିଲେ ବିଶେଷ ଭାବେ ଲାଭବାନ ହୋଇଥା’ନ୍ତି। ସେମାନଙ୍କୁ ଏହା ଶୁଭ ଫଳ ଦେଇଥାଏ। ତା’ହେଲେ ଆସନ୍ତୁ ଜାଣିବା ସେହି ଚାରୋଟି ରାଶି ସଂପର୍କରେ। 

ସିଂହ ରାଶି 

ବାସ୍ତୁ ଅନୁସାରେ ଏହା ହେଉଛି ଅଗ୍ନି ତତ୍ତ୍ୱର ରାଶି। ଏହାର ସ୍ୱାମୀ ସୂର୍ଯ୍ୟଙ୍କ ସହିତ ସୁନାର କାରକ ଗୁରୁ ଗ୍ରହର ମିତ୍ର ଭଳି ସଂପର୍କ ରହିଥାଏ। ତେଣୁ ଏହି ରାଶିର ବ୍ୟକ୍ତିମାନେ ସୁନା ଅଳଙ୍କାର ପିନ୍ଧିଲେ ଭଲ। ଅତିକମ୍‌ରେ ଆଙ୍ଗୁଠିରେ ସୁନା ମୁଦିଟିଏ ପିନ୍ଧିଲେ ବି ଶୁଭଫଳ ପ୍ରାପ୍ତି ହୁଏ।

କନ୍ୟା ରାଶି 

ଏହି ରାଶିର ଲୋକଙ୍କ ଇଚ୍ଛା ପୂରଣ କରିବାରେ ସୁନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସୁନା ଧାରଣ କରିବା ଦ୍ୱାରା ଏହି ରାଶିର ବ୍ୟକ୍ତିଙ୍କୁ ଧନ, ସମ୍ପତ୍ତି ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ।

ତୁଳା ରାଶି 

ସୁନା ମୁଦି, ଚେନ୍ ଆଦି ପିନ୍ଧିଲେ ଏହି ରାଶି ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ ବୋଲି କୁହାଯାଏ। ରୋଗ ଓ ଶତ୍ରୁଙ୍କଠାରୁ ବି ସୁରକ୍ଷା ମିଳେ। ସୁନାର ଅନ୍ୟାନ୍ୟ ଆଭୂଷଣ ଅପେକ୍ଷା ଆଙ୍ଗୁଠିରେ ସୁନା ମୁଦି ପିନ୍ଧିଲେ ଏହି ରାଶିର ଲୋକଙ୍କୁ ବିଶେଷ ଫଳପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

ଧନୁ ରାଶି  

ବାସ୍ତୁ ଅନୁସାରେ ଧନୁ ରାଶିର ବ୍ୟକ୍ତିମାନେ ସୁନାର ଆଭୂଷଣ ଧାରଣ କଲେ ସବୁ କାର୍ଯ୍ୟ ଶୀଘ୍ର ହୋଇଥାଏ। କିନ୍ତୁ ମନେ ରଖନ୍ତୁ ଏହି ରାଶିର ବ୍ୟକ୍ତିମାନେ ପାଦରେ କୌଣସି ସୁନା ଆଭୂଷଣ ଧାରଣ କରନ୍ତୁ ନାହିଁ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.