Loading...

୧୮ ତାରିଖ ଯାଏ ବଢ଼ିବ ତାପମାତ୍ରା, ୨୨ରୁ ବଦଳିବ ପାଗ

୧୮ ତାରିଖ ଯାଏ ବଢ଼ିବ ତାପମାତ୍ରା, ୨୨ରୁ ବଦଳିବ ପାଗ

ଆଜିଠୁ ବଢ଼ିବ ତାପମାତ୍ରା। ଖରାରେ ସିଝିବ ସାରା ଓଡ଼ିଶା। ୧୮ ତାରିଖ ଯାଏ ରାଜ୍ୟରେ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। 

ଆଜିଠୁ ବଢ଼ିବ ତାପମାତ୍ରା। ଖରାରେ ସିଝିବ ସାରା ଓଡ଼ିଶା। ୧୮ ତାରିଖ ଯାଏ ରାଜ୍ୟରେ କିଛି ଜିଲ୍ଲାରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ୧୩ଟି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। 


ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ପାଖ ଦେଇ ଆଗକୁ ବଢ଼ିବ । ୨୩ ତାରିଖରେ ବାଂଲାଦେଶ ଉପକୂଳ କିମ୍ବା ବାଂଲାଦେଶ-ପଶ୍ଚିମବଙ୍ଗ ସୀମାନ୍ତ ଉପକୂଳ ଛୁଇଁବା ସମ୍ଭାବନା ଅଛି । ସେତେବେଳକୁ ବାତ୍ୟା ଦୁର୍ବଳ ହୋଇଯାଇପାରେ । ଓଡ଼ିଶା ଉପରେ ଏହାର ପ୍ରଭାବକୁ ନେଇ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ଗୋଟିଏ ମଡେଲ୍‌ କହୁଛି, ଓଡ଼ିଶାରେ ବର୍ଷା କି ପବନ କିଛି ହେବନି । ଆଉ ଏକ ଆକଳନ ଅନୁଯାୟୀ ୨୩ରେ ଉପକୂଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ୨୪ରେ ବାଲେଶ୍ୱରରେ ବର୍ଷା ଲାଗି ରହିପାରେ । ୨୪ ତାରିଖରେ ପୌର ଭୋଟ । ସେତେବେଳକୁ ଏଭଳି ବର୍ଷା ହେଲେ ନିର୍ବାଚନ ପାଗ ବିଗିଡ଼ିବା ଆଶଙ୍କା ରହିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.