Loading...

୧୦ ହଜାର ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବ ଯୋଗୀ ଆଦିତ୍ୟନାଥଙ୍କ ସରକାର

୧୦ ହଜାର ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବ ଯୋଗୀ ଆଦିତ୍ୟନାଥଙ୍କ ସରକାର

ରାଜ୍ୟର ଯୁବକଯବତୀମାନଙ୍କୁ ୧୦୦ ଦିନରେ ୧୦ ହଜାର ଚାକିରି ଦିଆଯିବ ବୋଲି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଘୋଷଣା କରିଛନ୍ତି। ସେ ଏହି ନିର୍ଦ୍ଦେଶ ନିଜ ସରକାରୀ ଗୃହରେ ରାଜ୍ୟର ସମସ୍ତ ଚୟନ ଆୟୋଗ, ବୋର୍ଡ ଅଧ୍ୟକ୍ଷଙ୍କ ସହ ବୈଠକରେ ଦେଇଛନ୍ତି।

ରାଜ୍ୟର ଯୁବକଯବତୀମାନଙ୍କୁ ୧୦୦ ଦିନରେ ୧୦ ହଜାର ଚାକିରି ଦିଆଯିବ ବୋଲି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଘୋଷଣା କରିଛନ୍ତି। ସେ ଏହି ନିର୍ଦ୍ଦେଶ ନିଜ ସରକାରୀ ଗୃହରେ ରାଜ୍ୟର ସମସ୍ତ ଚୟନ ଆୟୋଗ, ବୋର୍ଡ ଅଧ୍ୟକ୍ଷଙ୍କ ସହ ବୈଠକରେ ଦେଇଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି, ରାଜ୍ୟ ସରକାର ଯୁବକଯୁବତୀମାନଙ୍କୁ ସରକାରୀ ଚାକିରି ଦେବା ପାଇଁ ପ୍ରତିବଦ୍ଧ। ସରକାର ଗତ ପାଞ୍ଚ ବର୍ଷରେ ଯୁବକଯୁବତୀମାନଙ୍କୁ ସାଢେ ଚାରି ଲକ୍ଷ ସରକାରୀ ଚାକିରି ସହିତ ଯୋଡିଛନ୍ତି। ରାଜ୍ୟ ସରକାର ନିଜ ଦ୍ଵିତୀୟ କାର୍ଯ୍ୟକାଳର ପ୍ରାରମ୍ଭରୁ ହିଁ ଯୁବକଯୁବତୀମାନଙ୍କୁ ଚାକିରି ଦେବା ପାଇଁ ସମସ୍ତ ଚୟନ ଆୟୋଗ, ବୋର୍ଡମାନଙ୍କୁ ୧୦୦ ଦିନର, ୬ ମାସ ଓ ବାର୍ଷିକ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, ନୂତନ ଚାକିରିରେ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଆରକ୍ଷଣର ନିୟମଗୁଡିକୁ ପାଳନ କରାଯାଉ। ନିଯୁକ୍ତି ପରୀକ୍ଷାଗୁଡିକୁ ନିରପେକ୍ଷ ଓ ଭ୍ରଷ୍ଟାଚାର ମୁକ୍ତ କରିବା ପାଇଁ ପରୀକ୍ଷା ଏଜେନ୍ସିର ଚୟନ ଓ ପରୀକ୍ଷା କେନ୍ଦ୍ରର ଚୟନରେ ବିଶେଷ ସାବଧାନ ରହିବା ଉଚିତ। ପୂର୍ବରୁ ଖରାପ ରେକର୍ଡ ଥିବା କେନ୍ଦ୍ରଗୁଡିକ ପରୀକ୍ଷା କେନ୍ଦ୍ର ନହେଉ। ନିଯୁକ୍ତି ପରୀକ୍ଷାର ଅବଧିକୁ କମ କରିବା ପାଇଁ ଚେଷ୍ଟା କରାଯିବା ଉଚିତ। ଏହା ସହିତ ନିଯୁକ୍ତି ପ୍ରକ୍ରିୟାକୁ ସରଳ ଓ ନିର୍ଦ୍ଧାରିତ ସମୟରେ ଶେଷ କରାଯାଉ। ନିଯୁକ୍ତି ଲାଗି ପରୀକ୍ଷାରେ ଅଧିକରୁ ଅଧିକ ଟେକ୍ନୋଲୋଜିର ଅଧିକ ପ୍ରୟୋଗ କରାଯାଉ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.