୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ସୁମିତ୍ ଓ ତପସ୍ୱିନୀଙ୍କ ପ୍ରସଙ୍ଗରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତା ଉପରେ ସମସ୍ତଙ୍କ ନଜର । ଏବେ ତପସ୍ୱିନୀ ରହିଛନ୍ତି ନିଜ ଶାଶୁ ଘରେ ଆଉ ଶୁଶୁ ଘର ଲୋକେ ବାହାରେ ।
ସୁମିତ୍ ଓ ତପସ୍ୱିନୀଙ୍କ ପ୍ରସଙ୍ଗରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତା ଉପରେ ସମସ୍ତଙ୍କ ନଜର । ଏବେ ତପସ୍ୱିନୀ ରହିଛନ୍ତି ନିଜ ଶାଶୁ ଘରେ ଆଉ ଶୁଶୁ ଘର ଲୋକେ ବାହାରେ । ଆଇନଗତ ଲଢ଼େଇ ଭିତରେ ଉଭୟଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପିଟିସନ୍ ଯୁଦ୍ଧ । ଜିଲ୍ଲା ଦୌରାଜଜ୍ଙ୍କ ଆଦେଶ ପ୍ରକାରେ ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କ ଭରଣପୋଷଣ ବାବଦରେ ସୁମିତଙ୍କୁ ୧୭ ହଜାର ଟଙ୍କା ପଇଠ କରିବାର ଥିଲା । ତେବେ ତାହା ହୋଇନଥିବାରୁ ତପସ୍ୱିନୀଙ୍କ ପକ୍ଷରୁ ଏନେଇ ତାଙ୍କ ଓକିଲଙ୍କ ଦ୍ୱାରା ଏସଡିଜେଏମ୍ କୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଛି । ସ୍ୱାମୀ ସୁମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଯାହାର ଶୁଣାଣି ୧୯ ତାରିଖରେ ହେବ ।
ଅନ୍ୟ ପଟେ ସୁମିତଙ୍କ ପକ୍ଷରୁ ହାଇକୋର୍ଟରେ ଜିଲ୍ଲା କୋର୍ଟର ଆଦେଶ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଆଉ ତା ବିରୋଧରେ ତପସ୍ୱିନୀଙ୍କ ଓକିଲଙ୍କ ଦ୍ୱାରା ଆପତ୍ତି ପିଟିସନ୍ ମଧ୍ୟ ଦାଖଲ ହୋଇଛି । ସେହିପର ଶ୍ୱଶୁର ଘରେ ରହିବା ନେଇ ଓ ଭରଣପୋଷଣ ପାଇଁ ମଧ୍ୟବର୍ତ୍ତିକାଳୀନ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ତପସ୍ୱିନୀଙ୍କ ପକ୍ଷରୁ ଦାଖଲ ହୋଇଥିବା ମୂଳ ପିଟିସନ୍ର କାଉଣ୍ଟର୍ ସୁମିତ୍ଙ୍କ ତରଫରୁ ଦାଖଲ ହୋଇଥିଲେ ବି ତାହାର ଶୁଣାଣି ଆସନ୍ତା ୧୭ ତାରିଖକୁ ରହିଛି ।ଏପଟେ ସୁମିତଙ୍କ ମାଅ ଓ ଜେଜେ ମାଆଙ୍କ ପକ୍ଷରୁ ଘରୋଇ ହିଂସା ଆଇନରେ ତପସ୍ୱିନୀ ଓ ତାଙ୍କ ବାପା ମାଆଙ୍କ ବିରୋଧରେ ଦାଖଲ ହୋଇଥିବା ପିଟିସନ୍ର ଶୁଣାଣି ୧୯ ତାରିଖକୁ ରହିଛି । ଗତ ୧୦ ତାରିଖରେ ହୋଇଥିବା ସେହି ଶୁଣାଣିରେ ତପସ୍ୱିନୀ ତାଙ୍କ ଓକିଲଙ୍କ ମାଧ୍ୟମରେ ହାଜର ହେବା ପରେ ତାର ଶୁଣାଣି କରି ମଧ୍ୟବର୍ତ୍ତିକାଳୀନ ଆଦେଶ ପ୍ରକାରେ ଏସଡିଜେଏମ୍୍ଙ୍କ ପକ୍ଷରୁ ସେହି ପିଟିସିନ୍ ରଦ୍ଦ ହୋଇଥିବା ତପସ୍ୱିନୀଙ୍କ ଓକିଲ କହିଛନ୍ତି । ତେବେ କୋଭିଡ୍ ସଂକ୍ରମଣ ପାଇଁ ହାଇକୋର୍ଟ ବନ୍ଦ ହୋଇଯାଇଛି । ତେଣୁ ଆସନ୍ତା ୧୭ ତାରିଖ ଦିନ ହେବାକୁ ଥିବା ଏସଡିଜେଏମ୍ କୋର୍ଟର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।
ଅବଶ୍ୟ ହାଇକୋର୍ଟରେ ମାମଲା ରୁଜୁ କଲା ବେଳେ ସୁମିତ କିଛି ଏମିତି କଥା କହିଛନ୍ତି ଯାହା ମାମଲାକୁ ସକାରାତ୍ମକ ରାସ୍ତାରେ ନେଇଯାଇ ପାରେ । ସୁମିତ କହିଛନ୍ତି କି ମୁଁ ତପସ୍ୱିନୀଙ୍କୁ ଭଲ ପାଇଛି । ଆମେ ପୁଣି ମିଶି ପାରୁ । ହେଲେ ଭଲ ପାଇଛି ବୋଲି ମୋର କଣ ସମ୍ମାନ ହାନି କରିବି ? ତେଣୁ ଯଦି ଉଭୟ ବସି ଭଲ ଭାବେ ଆଲୋଚନା କରନ୍ତି ତେବେ ହୁଏତ ଏ ମାମଲା ପଦାରୁ ଯାଇ ପୁଣି ଘର ଭିତରେ ଲୁଚିଯିବ ।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।