ମିଳିଲାନି ଜାମିନ। ଅନେକ ତର୍କ ବିତର୍କ ପରେ ବି ଆରୟନଙ୍କ ଜାମିନ କରାଇପାରିଲେ ନାହିଁ ତାଙ୍କ ଓକିଲ। ଆଜି ଆରୟନଙ୍କୁ ଜାମିନ ମିଳିଯିବ ବୋଲି ଆଶା କରାଯାଉଥିବା ବେଳେ ଏନସିବି ଓ ଆରୟନଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ ଅକ୍ଟୋବର ୨୦ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ବିଚାରପତି ଭିଭି ପାଟିଲ। ଦଶହରା ପରେ ହିଁ ରାୟ ଶୁଣାଇବେ ବୋଲି କହିଛନ୍ତି ବିଚାରପତି । ଏହା ସହ ଆଜି ଜେଲରୁ ବାହାରିବା ନେଇ ଆରୟନଙ୍କ ସ୍ବପ୍ନ ମଉଳି ଯାଇଛି। ଏବେ ୫ଦିନ ତାଙ୍କୁ ପୁଣି ଜେଲରେ ରହି ଦିନ କାଟିବାକୁ ପଡ଼ିବ। ଅକ୍ଟୋବର ୨୦ରେ ହିଁ ତାଙ୍କୁ ଜାମିନ ଦେବା ନେଇ ରାୟ ଶୁଣାଇବେ ଅଦାଲତ। ତେବେ ଅକ୍ଟୋବର ୨୦ରେ ମଧ୍ୟ ବିଚାରପତି ବ୍ୟସ୍ତ ରହିବେ ବୋଲି କହିବା ସହ ରାୟ ଶୁଣାଇବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।
ପଢନ୍ତୁ:ନୋବେଲ ଶାନ୍ତି ବିଜେତା ଦକ୍ଷିଣ ଆଫ୍ରିକୀୟ ଆର୍କ ବିଶପ୍ ଡେସମଣ୍ଡ ଟୁଟୁଙ୍କ ପରଲୋକ