Loading...

ରାଜ୍ୟରେ କୋଭିଡ୍‌ କଟକଣା ହଟାଇବାକୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ରାଜ୍ୟରେ କୋଭିଡ୍‌ କଟକଣା ହଟାଇବାକୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ରାଜ୍ୟର କୋଭିଡ୍‌ କଟକଣା ସମୀକ୍ଷା କର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି ।

ରାଜ୍ୟର କୋଭିଡ୍‌ କଟକଣା ସମୀକ୍ଷା କର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍‌ କଟକଣା ରାଜ୍ୟରୁ ହଟାଇବାକୁ ଚିଠି ଲେଖାଯାଇଛି। ଏବେ ଦେଶରେ କିଛି ଦିନ ହେବ କୋଭିଡ ସଂକ୍ରମଣ ନିମ୍ନଗାମୀ ହୋଇଛି। ଏଥିପାଇଁ ରାଜ୍ୟଗୁଡିକ ଟ୍ରେଣ୍ଡକୁ ଦେଖି କଟକଣାକୁ ସମୀକ୍ଷା କରନ୍ତୁ।କଟକଣାକୁ ବଦଳାଯାଉ କିମ୍ବା ହଟାଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି। ଦେଶରେ ଫେବ୍ରୁଆରୀ ୧୫ରେ ପଜିଟିଭିଟି ହାର ୩.୬୩ ପ୍ରତିଶତ ଥିଲା। ଏହାସହ କୋଭିଡ୍‌ ସଂକ୍ରମଣ ଉପରେ ତୀକ୍ଷଣ ନଜର ରଖିବା ସହ ଜୀବନ ଜୀବିକା ଉପରେ ପ୍ରଭାବ କେମିତି କମ ପଡିବ ତା ଉପରେ ଫୋକସ କରିବାକୁ କେନ୍ଦ୍ର ତରଫରୁ କୁହାଯାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.