Loading...

ଗ୍ରୀଷ୍ମ ପ୍ରବାହ ପାଇଁ ୯ ଜିଲ୍ଲାକୁ ସତର୍କ ଘଣ୍ଟି ଦେଲା ପାଣିପାଗ ବିଭାଗ

ଗ୍ରୀଷ୍ମ ପ୍ରବାହ ପାଇଁ ୯ ଜିଲ୍ଲାକୁ ସତର୍କ ଘଣ୍ଟି ଦେଲା ପାଣିପାଗ ବିଭାଗ

ଗତକାଲି ରାଜ୍ୟର ତିନି ସହରରେ ୪୦ ଡେଇଁଥିଲା ଦିନ ତାପମାତ୍ରା । ୪୦ ଦଶମିକ ୫ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଥିଲା ।

ଆଜି ବି ରାଜ୍ୟରେ ଟାଣ ଖରା ଅନୁଭୂତ ହେବ । ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ନୟାଗଡ଼, ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲାରେ ଟାଣ ଖରା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଖରା ବଢୁଥିବାରୁ ଅଂଶୁଘାତ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଦେଇଛି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ । ଗତକାଲି ରାଜ୍ୟର ତିନି ସହରରେ ୪୦ ଡେଇଁଥିଲା ଦିନ ତାପମାତ୍ରା । ୪୦ ଦଶମିକ ୫ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଥିଲା । ଟିଟଲାଗଡ଼ରେ ୪୦ ଦଶମିକ ୨ ଡିଗ୍ରୀ, ଅନୁଗୁଳରେ ୪୦ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିଲା । ସେହିପରି ୮ ସହରରେ ୩୯ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଥିଲା ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.