ଆପଣ ଜାଣିଛନ୍ତି ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ। ଯେଉଁଥିରେ ଦେଶଭକ୍ତିର ଝଲକ ଦେଖିବାକୁ ମିଳେ। ଯାହା ଆମକୁ ମନେ ପକାଇ ଦିଏ, ଆମ ଦେଶ ପାଇଁ ଲଢିଥିବା ବୀରଙ୍କ ବଳିଦାନ ବିଷୟରେ। ସମସ୍ତଙ୍କୁ ଅପେକ୍ଷା ଥାଏ ଏହି ଦିନ ପାଇଁ। ତେଣୁ ଆସନ୍ତା କାଲି ହେଉଛି ପବିତ୍ର ଗଣତନ୍ତ୍ର ଦିବସ। ତେଣୁ ଆଜି ଆମେ ସେହି ସବୁ ବଲିଉଡ଼ ଦେଶପ୍ରେମୀ ଚଳଚ୍ଚିତ୍ର ବିଷୟରେ, ଯାହାକୁ ଦେଖି ଦିନେ ଆପଣଙ୍କ ଆଖିରେ ଲୁହ ରହିନଥିଲା ।
ଆମେ ସମସ୍ତେ ଯଦି ଆଜି ଭଲରେ ବଞ୍ଚିପାରିଛେ ଓ ଖୁସିରେ ଘରେ ରହିପାରିଛେ ତାହା କେବଳ ସମ୍ଭବ ହୋଇଛି ଆମ ଭାରତୀୟ ସେନାଙ୍କ ପାଇଁ । କେଡେ ଭାଗ୍ୟବାନ ସେ ବାପା ମା’ ଜିଏ ଆମ ମାଟି ମା’ର ସୁରକ୍ଷା ପାଇଁ ଏହି ବୀରପୁତ୍ରମାନଙ୍କୁ ଜନ୍ମ ଦେଇଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଆମ ଭାରତୀୟ ସେନା ବାହିନୀ ନିଜ ଦେଶକୁ ଶତ୍ରୁ ଠାରୁ ରକ୍ଷା କରୁଛନ୍ତି । ସେଥିପାଇଁ ତ ତାଙ୍କ ବଳିଦାନ ପାଇଁ, ଭାରତୀୟ ସିନେମା ଜଗତରେ ମଧ୍ଯ ତାଙ୍କର ଜୀବନି ବିଷୟରେ ଅନେକ ଫିଲ୍ମ ତିଆରି ହୋଇଛି । ଖାଲି ଆମ ଭାରତୀୟ ସେନା ନୁହେଁ, ଦେଶ ବିରୁଦ୍ଧରେ ଯିଏ ବି ଆସିଛି ସେମାନଙ୍କ ସହ ଲଢ଼ିଛନ୍ତି ଏମିତି କିଛି ବ୍ୟକ୍ତି ଯାହାକୁ ନେଇ ବଲିଉଡ, ଫିଲ୍ମ୍ ତିଆରି କରିଛି । ତେବେ ଆସନ୍ତୁ ଜାଣିବା ସେହି ସବୁ ଫିଲ୍ମ ବିଷୟରେ ।
ବର୍ଡର:

Picture Credit – Indulge Expressବର୍ଡର ଏକ ଏମିତି ଫିଲ୍ମ ଯାହାକୁ ଦେଖିବା ପରେ ଆପଣ ବୁଝି ପାରିଥିବେ ଯେ ସତରେ ଆମ ଭାରତୀୟ ସେନାମାନେ ମହାନ୍ । ପୁଣି ଦେଶ ପାଇଁ ଏମାନେ ଅନେକ ବଳିଦାନ ଦେଇଛନ୍ତି । ଜେପି ଦତ୍ତଙ୍କ ଦ୍ବାରା ନିର୍ଦ୍ଦେଶନା ଦିଆଯାଇଥିବା ଏହି ଫିଲ୍ମ ଆଜି ବି ସବୁ ଭାରତୀୟଙ୍କ ମନରେ ନିଜ ମାତୃ ଭୂମି ପାଇଁ ସ୍ନେହ ଭଲପାଇବା ଭରିଦିଏ। କୁହାଯାଏ ଯେ ଏହି ଫିଲ୍ମର କିଛି ଦୃଶ୍ୟ ୧୯୭୧ ମସିହାରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧର ସତ ଘଟଣା ଉପରେ ଆଧାରିତ । ୧୯୯୭ ମସିହାରେ ତିଆରି ହୋଇଥିବା ଏହି ଫିଲ୍ମରେ ସନି ଦେଓଲ, ସୁନୀଲ ସେଟ୍ଟୀ, ଅକ୍ଷୟ ଖନ୍ନା, ଜୈକି ଶ୍ରଫ ଓ କୁଳଭୂଷଣଙ୍କ ପରି ମହାନ୍ କଳାକାରମାନେ ଅଭିନୟ କରିଥିଲେ । ଫିଲ୍ମ ବର୍ଡର୍ କୁ ଅନେକ ଫିଲ୍ମଫେୟାର ଆୱାର୍ଡ଼ ମିଳିବା ସହ ତିନୋଟି ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ମିଳିଛି ।
LOC( ଏଲ୍ଓସି):

Picture Credit – Latestly୨୦୦୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ,’ଏଲଓସି’ କାର୍ଗିଲ ଅପରେସନ ବିଜୟ ୧୯୯୯ ଓ ଵ୍ୟାଟେଲ ଅଫ ତୋଲୋଲିଂ ଉପରେ ଆଧାରିତ ଫିଲ୍ମ । ଏହି ଫିଲ୍ମକୁ ମଧ୍ୟ ଯେପି ଦତ୍ତ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ସଞ୍ଜୟ ଦତ୍ତ, ଅଜୟ ଦେଭଗନ୍ ଓ ଅଭିଷେକ ବଚ୍ଚନ ଅଭିନୟ କରିଥିଲେ । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା କର୍ଗିଲ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । କାରଣ ଏହି ଫିଲ୍ମରେ ଭାରତୀୟ ସେନାଙ୍କ ପ୍ରକୃତ ବଳିଦାନ ଦେଖିବାକୁ ମିଳିଥିଲା ।
ଉରି: ଦ ସର୍ଜିକାଲ ସର୍ଜିକାଲ୍ ସ୍ଟ୍ରାଇକ

Picture Credit – Koimoi୨୦୧୬ ମସିହାରେ ଉରି ଆଟାକ୍ ପରେ ପାକିସ୍ତାନ ବିରୁଦ୍ଧରେ କରାଯାଇଥିବା ସର୍ଜିକାଲ୍ ସ୍ଟ୍ରାଇକ ଉପରେ ଆଧାରିତ ଏହି ଫିଲ୍ମ ୨୦୧୯ ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ଅଭିନେତା ବିକି କୌଶଲଙ୍କୁ ଦମଦାର ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା । ଏହି ଫିଲ୍ମକୁ ଦର୍ଶକମାନେ ଖୁବ ପସନ୍ଦ କରିବା ସହ ଖୁବ୍ ଭଲପାଇବା ଦେଇଥିଲେ । ଭାରତୀୟ ସେନାଙ୍କ ବୁଦ୍ଧି ଓ ସାହାସ ବିଷୟରେ ଉରିରେ ବର୍ଣ୍ଣନା କରାଯାଇଥିଲା । ଏହି ଫିଲ୍ମର କେବଳ ଗୋଟେ ଡାଇଲଗ ‘ହାଓ ଦ ଯୋସ୍’ ହାଇ ସାର, ହିଁ ଫିଲ୍ମକୁ ମାର୍କେଟ ନେଇଯାଇଥିଲା । ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ବକ୍ସ ଅଫିସ୍ରେ ପାଖା ପାଖି ୩୪୨ କୋଟି ଟଙ୍କା ଇନ୍କମ କରିଥିଲା । ଯାହାପାଇଁ ସବୁଠାରୁ ଅଧିକ ଟଙ୍କା ରୋଜଗାର କରିଥିବା ଫିଲ୍ମ ଗୁଡ଼ିକ ମଧ୍ୟରେ ଏହି ଫିଲ୍ମ ସାମିଲ ହୋଇଯାଇଥିଲା ।
ଶେରଶାହ:
ଆର୍ମି କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନି ଉପରେ ଆଧାରିତ ଫିଲ୍ମ ଶେରଶାହ, ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା । ଏହି ଫିଲ୍ମରେ ବତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାର୍ଥ ମାଲ୍ହୋତ୍ରା । ନିଜ ଅଭିନୟର ନିଖୁଣ ପାରଦର୍ଶିତା ସେ ଏହି ଫିଲ୍ମରେ ଦେଖାଇଥିଲେ । ତାଙ୍କ ବିପକ୍ଷରେ ଥିଲେ କିଆରା ଆଡଭାନୀ। ଏହି ଫିଲ୍ମ ମଧ୍ୟ ଏକ ସତ କାହାଣୀ ଉପରେ ଆଧାରିତ । ୧୯୯୯ ମସିହାରେ ହୋଇଥିବା କର୍ଗିଲ୍ ଯୁଦ୍ଧରେ ଜଣେ ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ସହିଦ ହୋଇଥିଲେ କ୍ୟାପଟେନ ବିକ୍ରମ ବତ୍ରା।ଏହା ପରେ ତାଙ୍କୁ ପରମ୍ବିର ଚକ୍ରରେ ସମ୍ମାନିତ କରାଯାଇଥିଲା । ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ କରନ୍ ଯୋହାର । ଖାଲି ସେତିକି ନୁହେଁ ଏମିତି ଅନେକ ସେନା ଅଛନ୍ତି ଯିଏକି ଆମ ଦେଶ ପାଇଁ ସବୁ ଦିନେ ସହିଦ ହେଉଛନ୍ତି । ସେହି ବୀର ଯବାନଙ୍କୁ ଆମର ସଲାମ୍ ।
ରଙ୍ଗ ଦେ ବସନ୍ତୀ:

Picture Credit – The news Minuteଏହି ଫିଲ୍ମକୁ ଦର୍ଶକ ଅଧିକ ପସନ୍ଦ କରିଥିଲେ। ରାକେଶ ଓମପ୍ରକାଶ ମେହେରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ପାଞ୍ଚ ଜଣ ଯୁବକଙ୍କ କାହାଣୀ ବିଷୟରେ କୁହାଯାଇଛି ଯେଉଁମାନେ ନିଜ ସରକାରର ଦୁର୍ନୀତି ବିରୋଧରେ ଲଢି ଛନ୍ତି। ‘ରଙ୍ଗ ଦେ ବସନ୍ତୀ’ର ମୁଖ୍ୟ ଭୂମିକାରେ ଆମୀର ଖାନ, ସିଦ୍ଧାର୍ଥ, କୁନାଲ କପୁର, ଶର୍ମାନ ଯୋଶୀ, ଅତୁଲ କୁଲକର୍ଣ୍ଣି, ଆର ମାଧବନ ଓ ସୋହା ଅଲ୍ଲୀ ଖାଁ ନଜର ଆସିଥିଲେ।
ଲାଗାନ୍:
ଆଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶିତ ଲଗାନ୍ ଏକ କାଳ୍ପନିକ ଫିଲ୍ମ।ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ ଭୁଭାନ୍ ନାମକ ଜଣେ କୃଷକ ବ୍ରିଟିଶ ରାଜ ସମୟରେ କ୍ୟାପଟେନ ଆଣ୍ଡ୍ରିୟୁ ରସେଲଙ୍କ ଚ୍ୟାଲେଞ୍ଜକୁ କିପରି ଗ୍ରହଣ କରିଛନ୍ତି ଏବଂ ନିଜକୁ ବ୍ରିଟିଶ ଟ୍ୟାକ୍ସରୁ ମୁକ୍ତ କରନ୍ତି। ଏହି ଫିଲ୍ମଟି ବହୁତ୍ ହିଟ୍ ହୋଇଥିଲା। କାରଣ ଏଥିରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢ଼ି ନିଜର ହକ୍ ପାଇଥିଲେ ସେହି କୃଷକ।
ପରମାଣୁ : ଦ ଷ୍ଟୋରୀ ଅଫ ପୋଖରନ
ଅଭିଷେକ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୧୯୯୮ ମସିହାରେ ପୋଖରନରେ ଭାରତୀୟ ସେନା ଦ୍ୱାରା କରାଯାଇଥିବା ପରମାଣୁ ବୋମା ପରୀକ୍ଷଣ ଉପରେ ଆଧାରିତ। ଏହା ଏକ ଡ୍ରାମା ଆକ୍ସନ୍ ଫିଲ୍ମ୍। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଜନ୍ ଆବ୍ରାହମ୍, ଡାଏନା ପେଣ୍ଟି ଏବଂ ବୋମନ୍ ଇରାନୀ ଅଭିନୟ କରିଛନ୍ତି ।
ଫାଣ୍ଟମ୍:

Picture Credit – India Mapକବୀର ଖାନଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଥ୍ରୀଲର ମୁଭି। ଏଥିରେ ମୁଖ୍ୟ ଭୂମିକାରେ ସୈଫ୍ ଅଲି ଖାନ ଏବଂ କ୍ୟାଟ୍ରିନା କୈଫ ଅଭିନୟ କରିଛନ୍ତି। ଏହାର ଷ୍ଟୋରୀ ମୁମ୍ବାଇ ଆଟାକ୍ ଉପରେ ଆଧାରିତ ।
କ୍ରାନ୍ତିଭିର:
ମେହୁଲ କୁମାରଙ୍କ ଦ୍ବାରା ନିର୍ମିତ ଏହି ଚଳଚ୍ଚିତ୍ର ଦୁର୍ନୀତି ଏବଂ ଏହାର ପରିଣାମ ଉପରେ କରଯାଇଥିଲା। ଏହି ଚଳଚ୍ଚିତ୍ରରେ ନାନା ପାଟେକର, ମମତା କୁଲକର୍ଣ୍ଣି ଏବଂ ଡିମ୍ପଲ୍ କାପାଡିଆ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏହି ସବୁ ଫିଲ୍ମ ଦେଶ ଦ୍ରୋହିଙ୍କ ବିପକ୍ଷରେ ସ୍ୱର ଉତ୍ତୋଳନ କରିଥିବା ବୀରପୁତ୍ରଙ୍କ ବିଷୟରେ ହିଁ କରାଯାଉଛି। ତେବେ ଭାରତୀୟ ସିନେମା ଏମିତି ଫିଲ୍ମ କରିବା ମଧ୍ୟ ଏକ ଏହାର ଏକ ବଡ଼ ଅବଦାନ। ଖାଲି ଏତିକି ନୁହେଁ ଦେଶଭକ୍ତି ଉପରେ ଅନେକ ଫିଲ୍ମ କରାଯାଇଛି ଯେଉଁଥିରେ ସାମିଲ ଚକଦେ ଇଣ୍ଡିଆ,ଗାନ୍ଧି, ବାଟ୍ଲା ହାଉସ, ମଦର ଇଣ୍ଡିଆ, ରାଜି, ସ୍ୱଦେଶ, ମିଶନ ମଙ୍ଗଲ ଓ ଭଗତ ସି, ଘାଜି ଆଟାକ, ମେଜର ଓ କେଶରୀ ।