Loading...

ଚନ୍ଦ୍ରଭାଗାରେ ପାଳିତ ହେଲା ମାଘ ବୁଡ

ଚନ୍ଦ୍ରଭାଗାରେ ପାଳିତ ହେଲା ମାଘ ବୁଡ

ଆଜି କୋଣାର୍କ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ଼ ଓ ମାଘ ମେଳା । କୋଭିଡ୍ କଟକଣା ମଧ୍ୟରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ଶେଷ ହୋଇଛି ।

 ଆଜି କୋଣାର୍କ ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ଼ ଓ ମାଘ ମେଳା । କୋଭିଡ୍ କଟକଣା ମଧ୍ୟରେ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ଶେଷ ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ବିନା ଶ୍ରଦ୍ଧାଳୁ ଓ ଭକ୍ତରେ ମାଘପ୍ତମୀ ଚନ୍ଦ୍ରଭାଗା ବୁଡ଼ ଶେଷ ହୋଇଛି । ଭୋରରୁ ତିନି ଠାକୁର ମହାସ୍ନାନ ପରେ ପରେ ରୀତିନୀତି ଅନୁସାରେ ମହୋଦଧି ଆଳତୀ କରାଯାଇଥିଲା । କେବଳ ଠାକୁରଙ୍କ ନୀତିକାନ୍ତିରେ ସାମିଲ ସେବକମାନେ ବୁଡ଼ ପକାଇଥିଲେ । ପରମ୍ପରା ଅନୁସାରେ ଷଷ୍ଠୀ ରାତିରେ ପାରମ୍ପରିକ ଶୋଭାଯାତ୍ରାରେ ତିନି ଠାକୁର ତୀର୍ଥ ମଣ୍ଡପରେ ପହଂଚିଥିଲେ । ନୀତିକାନ୍ତି ପରେ ମହାସ୍ନାନ ଅନୁଷ୍ଠିତ ହୋଇଥିଲା । ଚନ୍ଦ୍ରଭାଗା ମେଳା ପଡ଼ିଆକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ରହିଥିବା ବେଳେ ମେଳା ପଡ଼ିଆକୁ ଆଜି ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

ସେପଟେ, ପବିତ୍ର ମାଘସପ୍ତମୀ ଅବସରରେ ଆଜିଠାରୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭମେଳା । ଆସନ୍ତା ପୂର୍ଣ୍ଣିମା ଯାଏଁ ଏହି ମେଳା ଚାଲିବ । ଅର୍କକ୍ଷେତ୍ର ଚନ୍ଦ୍ରଭାଗା ବୁଡ ପରେ ସାଧୁସନ୍ଥମାନେ ଏଠାରେ ଦଶଦିନବ୍ୟାପୀ ଯଜ୍ଞକରି ମହାକୁମ୍ଭ ମେଳାର ସମାପନ କରିବ । ତେଣୁ ମେଳା ପାଇଁ ଖଣ୍ଡଗିରି ଚଳଚଂଚଳ ହୋଇଛି । ରାଜ୍ୟ ବାହରର ବହୁ ସ୍ଥାନରୁ ସାଧୁସନ୍ଥ ଆସିଛନ୍ତି ।

ତେବେ ଏବର୍ଷ କୋଭିଡ କଟକଣା ଯୋଗୁଁ ଏମାନଙ୍କ ସଂଖ୍ୟା କମ ରହିଛି । ତେବେ ମେଳା କେବଳ ମନ୍ଦିର ଭିତରେ ସୀମିତ ରହିବ । କୌଣସି ଅପେରା, ମେଳା ଓ ଦୋକାନ ଖୋଲିବାକୁ ଅନୁମତି ଦେଇନାହିଁ ପ୍ରଶାସନ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.