Loading...

ସରକାରୀ ବଙ୍ଗଳା ଖାଲି ନକରିବାକୁ ରାଘବଙ୍କୁ ଦିଲ୍ଲୀ ହାଇକୋର୍ଟର ନିର୍ଦେଶ

ସରକାରୀ ବଙ୍ଗଳା ଖାଲି ନକରିବାକୁ ରାଘବଙ୍କୁ ଦିଲ୍ଲୀ ହାଇକୋର୍ଟର ନିର୍ଦେଶ

ଦିଲ୍ଲୀ ହୋଇକୋର୍ଟରୁ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କୁ ଅଶ୍ବସ୍ଥି ମିଳିଛି। ସରକାରୀ ବଙ୍ଗଳା ଖାଲିନକରିବାକୁ ରାଘବଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଟାଇପ -7 ବର୍ଗର ସରକାରୀ କୋଟାର ବଙ୍ଗଳା ଖାଲି କରି ଫ୍ଲାଟରେ ସିଫ୍ଟ ହେବା ପାଇଁ ରାଜ୍ୟସଭା ସଚିବାଳୟ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।

ଦିଲ୍ଲୀ ହୋଇକୋର୍ଟରୁ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢାଙ୍କୁ ଅଶ୍ବସ୍ଥି ମିଳିଛି। ସରକାରୀ ବଙ୍ଗଳା ଖାଲିନକରିବାକୁ ରାଘବଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଟାଇପ -7 ବର୍ଗର ସରକାରୀ କୋଟାର ବଙ୍ଗଳା ଖାଲି କରି ଫ୍ଲାଟରେ ସିଫ୍ଟ ହେବା ପାଇଁ ରାଜ୍ୟସଭା ସଚିବାଳୟ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ପ୍ରଥମେ ତଳ କୋର୍ଟରୁ ଅନ୍ତରୀଣ ରହିତାଦେଶ ପାଇଥିଲେ ଚଢା । ପରେ ଉକ୍ତ ରହିତାଦେଶ ତଳକୋର୍ଟ ଖାରଜ କରିବା ପରେ ଚଢା ହାଇକୋର୍ଟରେ ହାଜର ହୋଇଥିଲେ । ଆଜି ଦିଲ୍ଲୀ ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ଅନୁପ ଜୟରାମ ଭମ୍ବନୀ ତଳ କୋର୍ଟ ଏହି ମାମଲାରେ ଚୂଡାନ୍ତ ରାୟ ପ୍ରକାଶ ନକରିବା ପର୍ଯ୍ୟନ୍ତ ଏହି ମାମଲାରେ ଅନ୍ତରୀଣ ରହିତାଦେଶ ପ୍ରତ୍ୟାହାରକୁ ଖାରଜ କରିଛନ୍ତି । 

ସୂଚନାନୁସାରେ, ଅକ୍ଟୋବର 10 ତାରିଖରେ ତାଙ୍କ ସରକାରୀ ବଙ୍ଗଳାର ଆବଣ୍ଟନ ଶେଷ ହେବା ପରେ ମଧ୍ୟ ସେ ରାଜ୍ୟସଭା ସାଂସଦ ଭାବେ ଉକ୍ତ ବଙ୍ଗଳାକୁ ଦଖଲରେ ରଖିପାରିବେ ନାହିଁ ବୋଲି ତଳ କୋର୍ଟ କହିଥିଲେ । ଏହା ସହ ଏହାକୁ ଖାଲି କରିବା ପାଇଁ ରାଜ୍ୟସଭା ସଚିବାଳୟର ନୋଟିସକୁ ବୈଧ ଦର୍ଶାଇଥିଲେ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.