ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମ୍ଧାମ୍ରେ ହୋଇଛି। ରବିବାର ବାହାଘର ପୂର୍ବରୁ ଶନିବାର ଉଦୟପୁର ହୋଟେଲରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା।ରବିବାର ବାହାଘର ପୂର୍ବରୁ ଶନିବାର ଉଦୟପୁର ହୋଟେଲରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା।ଦୁଇ ପରିବାରର ସଦସ୍ୟ, ବନ୍ଧୁବାନ୍ଧବଙ୍କ ସମେତ ବଲିଉଡ଼ ତାରକା, ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ବହୁଚର୍ଚ୍ଚିତ ବାହାଘରରେ ଯୋଗ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଆପ୍ର ରାଜ୍ୟସଭା ସାଂସଦ ସଂଜୟ ସିଂହ, ଟେନିସ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରଭଜନ ସିଂହ, ଶିବସେନା ନେତା ଆଦିତ୍ୟ ଠାକରେ, ଅଭିନେତ୍ରୀ ଭାଗ୍ୟଶ୍ରୀ ପ୍ରମୁଖ ପ୍ରମୁଖ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି।
ସେଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲା, ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନଙ୍କ ସମେତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ, ଶିବସେନା ନେତା ଆଦିତ୍ୟ ଠାକରେ ପ୍ରମୁଖ ଯୋଗ ଦେଇଥିଲେ। ଡେଟିଂ ପୂର୍ବରୁ ପରିଣୀତି ଓ ରାଘବ ପରସ୍ପରକୁ ଦୀର୍ଘଦିନରୁ ଜାଣିଥିଲେ। ଉଭୟ ଲଣ୍ଡନରେ ଏକ କଲେଜରେ ପଢ଼ିବା ସମୟରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ଼ ହୋଇଥିବା କୁହାଯାଉଛି।