ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଫେବ୍ରୁଆରି ପହିଲାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ତା’ ପୂର୍ବରୁ ପରୀକ୍ଷା ପରିଚାଳନା ହବ୍(ଇଏମ୍ଏଚ୍) ତାଲିକା ଚୂଡ଼ାନ୍ତ ହୋଇଛି। ଏଥର ବି ରାଜ୍ୟର ୨୦୨ଟି ହବ୍ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଫେବ୍ରୁଆରି ପହିଲାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ତା’ ପୂର୍ବରୁ ପରୀକ୍ଷା ପରିଚାଳନା ହବ୍(ଇଏମ୍ଏଚ୍) ତାଲିକା ଚୂଡ଼ାନ୍ତ ହୋଇଛି। ଏଥର ବି ରାଜ୍ୟର ୨୦୨ଟି ହବ୍ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରୁ ୨୦୧ଟି କଲେଜରେ ହବ୍ ହୋଇଥିବା ବେଳେ ଗୋଟିଏ ସବ୍-ଟ୍ରେଜେରି କାର୍ଯ୍ୟାଳୟରେ ହବ୍ କରାଯାଇଛି। ପରୀକ୍ଷା ହବ୍ଗୁଡ଼ିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ, ଡିଗ୍ରି କଲେଜ, ସ୍ବୟଂଶାସିତ କଲେଜରେ ହୋଇଛି। ଏଥିସହ ରାୟଗଡ଼ା ଜିଲ୍ଲା କେଶିଙ୍ଗା ସବ୍-ଟ୍ରେଜେରି କାର୍ଯ୍ୟାଳୟରେ ପରୀକ୍ଷା ପରିଚାଳନା ହବ୍ କରାଯିବ। ଗୋଟିଏ ହବ୍ ଅଧୀନରେ ନିକଟସ୍ଥ ୫ରୁ ଅଧିକ ପରୀକ୍ଷା କେନ୍ଦ୍ର ରହିବ।
ଗଞ୍ଜାମରେ ସର୍ବାଧିକ ୧୬ଟି ହବ୍ ହୋଇଥିବା ବେଳେ କଟକରେ ୧୪, ଖୋର୍ଦ୍ଧାରେ ୧୨, ବାଲେଶ୍ବରରେ ୧୧, ମୟୂରଭଞ୍ଜ ଓ ବଲାଙ୍ଗୀରରେ ୯, ବରଗଡ଼, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୮ଟି ଲେଖାଏ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କଳାହାଣ୍ଡି, ପୁରୀ ଓ ଜଗତ୍ସିଂହପୁରରେ ୭ଟି ଲେଖାଏ, ସମ୍ବଲପୁର ଓ କୋରାପୁଟରେ ୬ଟି ଲେଖାଏ, ଫୁଲବାଣୀ, ନୟାଗଡ଼, ରାୟଗଡ଼ା, ସୋନପୁର ଓ ଭଦ୍ରକରେ ୫ଟି ଲେଖାଏ, ଗଜପତିରେ ୪, ମାଲକାନଗିରି, ନବରଙ୍ଗପୁର, ଝାରସୁଗୁଡ଼ା, ବୌଦ୍ଧ ଓ ନୂଆପଡ଼ାରେ ୩ଟି ଲେଖାଏ ଏବଂ ଦେବଗଡ଼ରେ ୨ଟି ହବ୍ କରାଯାଇଛି। ଉକ୍ତ ହବ୍ଗୁଡ଼ିକରେ ପ୍ରଶ୍ନପତ୍ର ପ୍ୟାକେଟ୍ ରହିବ। ଇଏମ୍ଏଚ୍ରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ପ୍ୟାକେଟ୍ ପଠାଯିବ। ଅଧିକାରୀମାନେ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖିବେ। ପରୀକ୍ଷା ସରିବା ପରେ ହବ୍ କର୍ତ୍ତୃପକ୍ଷ ଉତ୍ତର ଖାତାଗୁଡ଼ିକୁ ସଂଗ୍ରହ କରିବେ ଏବଂ ସେଗୁଡ଼ିକୁ ନିର୍ଦ୍ଧାରିତ କଲେଜକୁ ମୂଲ୍ୟାୟନ ଲାଗି ପଠାଇବେ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ସମସ୍ତ ପ୍ରଶ୍ନପତ୍ର ହବ୍ ଦ୍ବାରା ପରିଚାଳିତ ହେବ। ସମସ୍ତ ହବ୍ରେ ସିସିଟିଭି ସୁନିଶ୍ଚିତ କରିବାକୁ ଦାୟିତ୍ବରେ ରହିଥିବା ଅଧୀକ୍ଷକମାନଙ୍କୁ ପରିଷଦ ପକ୍ଷରୁ କୁହାଯାଇଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।