ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ବିବାଦୀୟ ଗଡମ୍ୟାନ ଆଶାରାମ ବାପୁଙ୍କ ବିରୋଧରେ ଆଜି ଦଣ୍ଡ ଘୋଷଣା କରିବେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଆଜି କରିବେ ଦଣ୍ଡ ଘୋଷଣା ।
ବିବାଦୀୟ ଗଡମ୍ୟାନ ଆଶାରାମ ବାପୁଙ୍କ ବିରୋଧରେ ଆଜି ଦଣ୍ଡ ଘୋଷଣା କରିବେ ଗାନ୍ଧିନଗର କୋର୍ଟ । ୨୦୧୩ ଦୁଷ୍କର୍ମ ମାମଲାରେ କୋର୍ଟ ଆଜି କରିବେ ଦଣ୍ଡ ଘୋଷଣା । ଗତକାଲି ଏହି ମାମଲାରେ ଦୌରାଜଜ ଡି.କେ. ସୋନି ୬ ଅଭିଯୁକ୍ତଙ୍କୁ ଖଲାସ କରିଥିବାବେଳେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଖଲାସ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ସ୍ତ୍ରୀ ଲକ୍ଷ୍ମୀବେନ, କନ୍ୟା ଓ ଅନ୍ୟ ୪ ଶିଷ୍ୟ ।
ସେପଟେ ଦୌରାଜଜଙ୍କ ରାୟକୁ ଗୁଜରାଟ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି କହିଛନ୍ତି ଆଶାରାମଙ୍କ ଓକିଲ । ଅଭିଯୋଗ ଅନୁସାରେ ୨୦୦୧ରୁ ୨୦୦୬ ମଧ୍ୟରେ ଅହମ୍ମଦାବାଦର ମୋଟେରା ଅନ୍ତର୍ଗତ ଆଶ୍ରମରେ ସୁରଟର ଜଣେ ଶିଷ୍ୟାଙ୍କୁ ଗଡମ୍ୟାନ ଆଶାରାମ ଦୁଷ୍କର୍ମ କରିଥିଲେ । ଏନେଇ ସେ ଆଶାରାମ ଓ ଅନ୍ୟ ୬ ଜଣଙ୍କ ବିରୋଧରେ ସେ ୨୦୧୩ ଅକ୍ଟୋବର ୬ ତାରିଖରେ ଅହମ୍ମଦାବାଦର ଚାନ୍ଦଖେଦା ଥାନାରେ ଏତଲା ଦାୟର କରିଥିଲେ ।
୨୦୧୪ ଜୁଲାଇରେ ମାମଲାର ଚାର୍ଜସିଟ ଦାୟର ହୋଇଥିଲା । ତାଙ୍କ ବିରୋଧରେ ଧାରା ୩୭୬, ୩୭୭, ୩୪୨, ୩୫୪, ୩୫୭, ୫୦୬ ରୁଜୁ ହୋଇଥିଲା । ୨୦୧୩ରେ ରାଜସ୍ଥାନରେ ଥିବା ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ କ୍ରମେ ବର୍ତ୍ତମାନ ୮୧ ବର୍ଷ ବୟସ୍କ ଆଶାରାମ ଯୋଧପୁର ଜେଲରେ ରହିଛନ୍ତି ।
ଏହି ମାମଲାରେ ୨୦୧୮ ଏପ୍ରିଲ ୨୫ରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଯୋଧପୁର କୋର୍ଟ । ଏହା ସହ ଅନ୍ୟ ୨ ଶିଷ୍ୟଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ । ଦୁଷ୍କର୍ମ ଅଭିଯୋଗ କ୍ରମେ ଆଶାରାମ ବାପୁଙ୍କ ପୁଅ ନାରାୟଣ ସାଇଙ୍କୁ ଗତ ଏପ୍ରିଲ ୨୦୧୯ରେ ସୁରଟର ଏକ ଦୌରାଜଜ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।