Loading...

ବୋଲ୍ଡ ଲୁକରେ ନଜର ଆସିଲେ ଅନୁପମା ସିରିଏଲର ଫେମ ଅଭିନେତ୍ରୀ ରୂପାଲୀ ଗାଙ୍ଗୁଲୀ

ବୋଲ୍ଡ ଲୁକରେ ନଜର ଆସିଲେ ଅନୁପମା ସିରିଏଲର ଫେମ ଅଭିନେତ୍ରୀ ରୂପାଲୀ ଗାଙ୍ଗୁଲୀ

ନିକଟରେ ଅଭିନେତ୍ରୀ ରୂପାଲି ଏଭଳି କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।

ନିକଟରେ ଅଭିନେତ୍ରୀ ରୂପାଲି ଏଭଳି କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ହଳଦିଆ ରଙ୍ଗର ଆଉଟ୍‌ଫିଟ୍‌ରେ ନିଜ ଷ୍ଟନିଂ ଲୁକ୍‌ ଦେଖାଇଛନ୍ତି ରୁପାଲି ଗାଙ୍ଗୁଲି। ଫଟୋରେ ରୂପାଲିଙ୍କ ଲୁକ୍‌ ଆଉ ତାଙ୍କ ପୋଜ୍‌ ଏବଂ ଏକ୍ସପ୍ରେସନର ସବୁ କିଛି ଦର୍ଶକଙ୍କୁ କରୁଛି ମତୁଆଲା।

274240521_108814765066576_946222487536981962_n
 

ଟେଲି ଦୁନିଆର ପପୁଲାର ସିରିଏଲ୍‌ ‘ଅନୁପମା’ରେ ରୂପାଲିଙ୍କ ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ଯାଇଛି। ସେ ତାଙ୍କ ଜବରଦସ୍ତ ଆକ୍ଟିଂରେ ଫ୍ୟାନ୍‌ମାନଙ୍କ ହୃଦୟ ଜିତିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ତାଙ୍କୁ ଏହି ସିରିଏଲ୍‌ ପାଇଁ ଦାଦାସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡରେ ଶ୍ରେଷ୍ଠ ସିରିଏଲ୍‌ ଅଭିନେତ୍ରୀ ରୂପେ ସମ୍ମାନୀତ ମଧ୍ୟ କରାଯାଇଥିଲା। 

275030691_983397552295050_2152040106746135825_n
 

ଏହି ଆଉଟ୍‌ଫିଟ୍‌ ସହ ସ୍ୱତନ୍ତ୍ର ମେକ୍‌ଅପ୍‌ ମଧ୍ୟ ନେଇଛନ୍ତି ରୂପାଲି। ତାଙ୍କର ଏହି ଫଟୋରେ ଏବେ ଫ୍ୟାନ୍‌ମାନେ ଫିଦା ହୋଇଯାଇଛନ୍ତି। ଫଟୋରେ ଲାଇକ୍‌ ସହ ଖୁବ୍‌ କମେଣ୍ଟ ମଧ୍ୟ ଆସିଛି। ଅନେକ ୟୁଜର୍ସ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.