Loading...

ୟୁକ୍ରେନର ନିରୀହ ଲୋକଙ୍କୁ ଟାର୍ଗେଟ କରିଛି ରୁଷ ସେନା

ୟୁକ୍ରେନର ନିରୀହ ଲୋକଙ୍କୁ ଟାର୍ଗେଟ କରିଛି ରୁଷ ସେନା

ୟୁକ୍ରେନ ଉପରେ ଜାରି ରହିଛି ରୁଷିର ଘନ ଘନ ଆକ୍ରମଣ। ପ୍ରବଳ ରକେଟ୍‌ ମାଡ ସାଙ୍ଗକୁ ଜାରି ରହିଛି ଗୁଳିବର୍ଷା । ଏବେ ରୁଷର ଏହି ଆକ୍ରମଣ ଚରମସୀମା ଟପିଛି। ନିରୀହ ଲୋକଙ୍କୁ ଟାର୍ଗେଟ କରିଛି ରୁଷ ସେନା।

ୟୁକ୍ରେନ ଉପରେ ଜାରି ରହିଛି ରୁଷିର ଘନ ଘନ ଆକ୍ରମଣ। ପ୍ରବଳ ରକେଟ୍‌ ମାଡ ସାଙ୍ଗକୁ ଜାରି ରହିଛି ଗୁଳିବର୍ଷା । ଏବେ ରୁଷର ଏହି ଆକ୍ରମଣ ଚରମସୀମା ଟପିଛି। ନିରୀହ ଲୋକଙ୍କୁ ଟାର୍ଗେଟ କରିଛି ରୁଷ ସେନା।  କିଭ୍‌ରେ ରୁଷୀୟ ସୈନ୍ୟଙ୍କ ଗୁଳିମାଡ଼ରେ ଜଣେ ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ଗ୍ରୀନ୍‌ କରିଡରରେ ଆକ୍ରମଣ ହୋଇଛି। ଏନେଇ ସୂଚନା ଦେଇଛି ୟୁକ୍ରେନ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ। ରୁଷ୍‌ ମାରିୟୁପୋଲ୍‌ରୁ ଲୋକଙ୍କୁ ବାହାରକୁ ବାହାରିବାପାଇଁ ‌ଦେଉନି। ରୁଷ୍‌ ବୋମାମାଡ଼ ଯୋଗୁଁ ହଜାର ହଜାର ଲୋକ ମାରିୟୁପୋଲ୍‌ରେ ଫସି ରହିଛନ୍ତି। କିନ୍ତୁ ଲୋକଙ୍କୁ ଉଦ୍ଧାର କରିବାରେ ବିଫଳତା ପାଇଁ ରୁଷ୍‌ ୟୁକ୍ରେନ୍‌କୁ ଦାୟୀ କରିଛି। ବୋମାମାଡ଼ ଯୋଗୁଁ ମସଜିଦ୍‌ରେ କେତେଜଣଙ୍କ ମୃତ୍ୟୁ ହୋଇଛି ସେନେଇ କିଛି ସ୍ପଷ୍ଟ କରାଯାଇନି। ମାରିୟୁପୋଲ୍‌ର ପୂର୍ବ ଅଂଶ ଏବେ ରୁଷ୍‌ ଦଖଲରେ ରହିଛି ବୋଲି ୟୁକ୍ରେନ୍‌ ସରକାର କହିଛନ୍ତି। ରୁଷ୍‌ ଗୋଳାମାଡ଼ରେ ମାରିୟୁପୋଲ୍‌ରେ ୧୫୮୧ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ମାରିୟୁପୋଲ୍‌ ସିଟି କାଉନସିଲ୍‌ ପକ୍ଷରୁ ଗତକାଲି ଏକ ବିବୃତି ଜାରି ଏହା କୁହାଯାଇଛି। ମାନବିକତା ବିରୋଧରେ ଏହି ଅପରାଧକୁ ଆମେ ଭୁଲି ପାରିବୁନି କି କ୍ଷମା ଦେବୁନି ବୋଲି ସିଟି କାଉନ୍‌ସିଲ୍‌ କହିଛି। 

 

ରୁଷ ଆକ୍ରମଣରେ ୟୁକ୍ରେନ୍‌ରେ ୧୩,୦୦ ନାଗରିକଙ୍କ ମୃତ୍ୟୁ ଘଟିଛି। ଶନିବାର ଏଭଳି  ଅଭିଯୋଗ ଆଣିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦମିର୍‌ ଜେଲେନସ୍କି। ଫେବୃରୀରୀ ୨୪ରେ  ୟୁକ୍ରେନ୍‌ ଉପରେ ଜୋରଦାର ଆକ୍ରମଣ କରିଥିଲା ରୁଷ। ସେବେଠାରୁ ଯୁଦ୍ଧରେ ଏଯାଏଁ ୧୩୦୦ ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜେଲେନସ୍କି କହିଛନ୍ତି । ସେହିପରି ମେଲିଟିପୁଲ ମେୟରଙ୍କୁ ରୁଷ ସେନା ଅପରହଣ କରିଦନେଇଥିବା ସେ ଅଭିଯୋଗ ଆଣିଛନ୍ତି। ତାଙ୍କୁ  ତୁରନ୍ତ ଫେରାଇବାକୁ ଦାବି କରିଛନ୍ତି ଜେଲେନସ୍କି। ସେ କହିଛନ୍ତି ଯେ, ରୁଷ ଏବେ ଆତଙ୍କବାଦର ଏକ ନୂତନ ପର୍ଯ୍ୟାୟ ଦେଇ ଗତି କରୁଛି। ମେୟରଙ୍କୁ ଅପହରଣ କରିବା ହେଉଛି ଏହାର ଏକ ବଡ଼ ଉଦାହରଣ। ତାଙ୍କୁ ମୁକ୍ତ କରିବାକୁ ସେ ଦାବି କରୁଛନ୍ତି।  ଶୁକ୍ରବାର ଜେଲେନ୍‌ସ୍କି କହିଥିଲେ ଯେ, ମେୟର୍‌ ଫେଦୋରୋଭ୍‌ ସାହସର ସହ ୟୁକ୍ରେନ୍‌ ତଥା ତାଙ୍କ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ବିପଦରୁ ରକ୍ଷା କରିଛନ୍ତି। ଅପହରଣ ହେଉଛି  ଆକ୍ରମଣକାରୀଙ୍କ ଦୁର୍ବଳତାର ଲକ୍ଷଣ। ସେମାନେ ଆତଙ୍କର ଗୋଟାଏ ନୂଆ ସ୍ତରକୁ ଯାଇ ଆଞ୍ଚଳିକ ୟୁକ୍ରେନୀୟ ଜନପ୍ରତିନିଧିମାନଙ୍କୁ ନିଃଶେଷ କରିବାକୁ ଉଦ୍ୟମ କରୁଛନ୍ତି।

 


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.