Loading...

ପୁଣି ଅନିଶ୍ଚିତତାରେ ସ୍କୁଲ ଖୋଲିବା ନିଷ୍ପତ୍ତି

ପୁଣି ଅନିଶ୍ଚିତତାରେ ସ୍କୁଲ ଖୋଲିବା ନିଷ୍ପତ୍ତି

ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ପୁଣି ଥରେ ଦ୍ୱନ୍ଦ୍ୱ ଉପୁଜିଛି । କାରଣ ଫେବୃଆରୀ ୨୮ ତାରିଖରୁ ଖୋଲିବାକୁ ଥିବା ପ୍ରଥମରୁ ସପ୍ତମ ଶ୍ରେଣୀ ବିଭିନ୍ନ କାରଣରୁ ଖୋଲିନପାରେ ।

ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ପୁଣି ଥରେ ଦ୍ୱନ୍ଦ୍ୱ ଉପୁଜିଛି । କାରଣ ଫେବୃଆରୀ ୨୮ ତାରିଖରୁ ଖୋଲିବାକୁ ଥିବା ପ୍ରଥମରୁ ସପ୍ତମ ଶ୍ରେଣୀ ବିଭିନ୍ନ କାରଣରୁ ଖୋଲିନପାରେ । ସେହିପରି ଦଶମ ଓ ଦ୍ୱାଦଶ ପରୀକ୍ଷା କରିବା ନିଷ୍ପତ୍ତି ସଂପୃକ୍ତ ବୋର୍ଡ ଉପରେ ସୁପ୍ରିମକୋର୍ଟ ଛାଡ଼ିବାରୁ, ଅଫଲାଇନ୍ ପରୀକ୍ଷାର ସମ୍ଭାବନା ବଢିଛି । ଏପରିକି କିଛି ରାଜ୍ୟରେ ଅଫଲାଇନ୍ ବୋର୍ଡ ପରୀକ୍ଷା ଆରମ୍ଭ ବି ହୋଇସାରିଛି ।

ଅଫଲାଇନ ପରୀକ୍ଷାର ଆଶା ସଞ୍ଚାର ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ସନ୍ତୋଷ ପ୍ରକାଶ ପାଇଛି । କାରଣ ବିଗତ ଦୁଇ ବର୍ଷରେ କରୋନା ଯୋଗୁ ପରୀକ୍ଷା ହୋଇପାରି ନଥିଲା । ମାର୍କିଂ ପଦ୍ଧତିରେ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷା ପରିଚାଳନା ପାଇଁ ଆସନ୍ତାକାଲି ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ମାଧ୍ୟମିକ ଶିକ୍ଷା ବୋର୍ଡ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.