Loading...

ଆଜିକାଲି ଦୁଇଦିନ କେତେକ ଜିଲ୍ଲାରେ ପ୍ରବଳ ବର୍ଷାନେଇ ସତର୍କ ସୂଚନାଦେଲା ପାଣିପାଗବିଭାଗ

ଆଜିକାଲି ଦୁଇଦିନ କେତେକ ଜିଲ୍ଲାରେ ପ୍ରବଳ ବର୍ଷାନେଇ ସତର୍କ ସୂଚନାଦେଲା ପାଣିପାଗବିଭାଗ

ରାଜ୍ୟ ମଧ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପ୍ରବେଶ କରୁଥିବାରୁ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି କହିଛି ପାଣିପାଗବିଭାଗ।

ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକର ପ୍ରଭାବ ନାହିଁ । ସେପଟେ ମୌସୁମୀ ନିମ୍ନଚାପରେଖା ବି ସ୍ବାଭାବିକ ଅବସ୍ଥାନରୁ ଉତ୍ତରକୁ ଢଳିକି ରହିଛି ।ଏହାଦ୍ବାରା ରାଜ୍ୟ ମଧ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପ୍ରବେଶ କରୁଥିବାରୁ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି କହିଛି ପାଣିପାଗବିଭାଗ। ଅଧିକାଂଶ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ‌ସୁବର୍ଣ୍ଣପୁର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ବାକି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

 

୨ ଦିନ ପରେ ବର୍ଷା କମିବା ନେଇ ଆକଳନ କରାଯାଇଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣ ବର୍ଷା ହେବ । ମାତ୍ର ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟତଃ ଶୁଖିଲା ପାଗ ରହିବ । ବର୍ତ୍ତମାନ ମୌସୁମୀ ଟ୍ରଫ୍‌ ସ୍ବାଭାବିକରୁ ଉତ୍ତରକୁ ଯାଇ ହିମାଳୟ ପାଦଦେଶରେ ରହିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.