Loading...

ଜୁଲାଇରେ UG-PG ଶେଷ ସେମିଷ୍ଟର ପରୀକ୍ଷା, ଅଗଷ୍ଟ 15 ସୁଦ୍ଧା ଫଳ

ଜୁଲାଇରେ UG-PG ଶେଷ ସେମିଷ୍ଟର ପରୀକ୍ଷା, ଅଗଷ୍ଟ 15 ସୁଦ୍ଧା ଫଳ

ଆସନ୍ତା ଜୁଲାଇ ମାସରେ ଆରମ୍ଭ ହେବ 2021-22 ଶିକ୍ଷାବର୍ଷର ୟୁଜି-ପିଜି ଶେଷ ସେମିଷ୍ଟର ପରୀକ୍ଷା । ପାଠ୍ୟକ୍ରମର ଶେଷ ସେମିଷ୍ଟର ପରୀକ୍ଷା ଜୁଲାଇ ସୁଦ୍ଧା ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ଜୁଲାଇ ମାସରେ ଆରମ୍ଭ ହେବ 2021-22 ଶିକ୍ଷାବର୍ଷର ୟୁଜି-ପିଜି ଶେଷ ସେମିଷ୍ଟର ପରୀକ୍ଷା । ପାଠ୍ୟକ୍ରମର ଶେଷ ସେମିଷ୍ଟର ପରୀକ୍ଷା ଜୁଲାଇ ସୁଦ୍ଧା ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି ।କୋଭିଡ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ଅଧିକ ପ୍ରଭାବିତ ନ ହୁଏ ସେଥିପ୍ରତି ଗୁରୁତ୍ଵ ଦିଆଯିବାକୁ ମଧ୍ୟ କୁହାଯାଇଛି। ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ଜୁଲାଇ 31 ସୁଦ୍ଧା ଶେଷ କରି ଅଗଷ୍ଟ 15 ସୁଦ୍ଧା ଫଳ ପ୍ରକାଶ କରାଯାଉ। ଯଦି ଆବଶ୍ୟକ ପଡ଼େ ତେବେ ଅତିରିକ୍ତ କ୍ଲାସ କରାଯାଇ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କର ଓ ସୁବିଧା ଅନୁଯାୟୀ ଅନ୍ୟାନ୍ୟ ସେମିଷ୍ଟର ତଥା ବର୍ଷିକ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ତେବେ 2022-23 ଶିକ୍ଷାବର୍ଷ ଠାରୁ ୟୁଜି - ପିଜି ଶେଷ ସେମିଷ୍ଟର ପରୀକ୍ଷା ପ୍ରତିବର୍ଷ ଜୁନ୍ ମଧ୍ୟରେ ଶେଷ କରିବାକୁ ମାନସିକ ଭାବେ ପ୍ରସ୍ତୁତ ରହିବାକୁ କୁହାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.