Loading...

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ

ପଞ୍ଚାୟତ ନିର୍ବାଚନ ଲାଗି ଆଜି ନାମାନଙ୍କନ ଦାଖଲର ଅନ୍ତିମ ଦିନ। ଗତ ୪ ଦିନରେ ୧୭୩୦ ଜଣ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପଞ୍ଚାୟତ ନିର୍ବାଚନ ଲାଗି ଆଜି ନାମାନଙ୍କନ ଦାଖଲର ଅନ୍ତିମ ଦିନ। ଗତ ୪ ଦିନରେ ୧୭୩୦ ଜଣ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ପଞ୍ଚାୟତ ସମିତି ସଭ୍ୟ ଲାଗି ୧୫ ହଜାର ୫୮୩, ସରପଞ୍ଚ ପଦ ଲାଗି ୨୦ ହଜାର ୪୫୭ ଏବଂ ୯୫ହଜାର ୮୧୪ ଜଣ ୱାର୍ଡ ମେମ୍ବର ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।ଗତକାଲି ଚତୁର୍ଥ ଦିନରେ ମୋଟ ୫୮ ହଜାର ୫୮୮ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେଥିରୁ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀ ସଂଖ୍ୟା ସହିଛି ୧ ହଜାର ୧୮୨। ପଞ୍ଚାୟତ ସମିତି ସଭ୍ୟ ପାଇଁ ୭ ହଜାର ୮୩୨, ସରପଞ୍ଚ ପଦବୀ ପାଇଁ ୮୮୪୨ ଏବଂ ୱାର୍ଡମେମ୍ବର ପାଇଁ ୪୦ ହଜାର ୭୩୨ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୫ ତାରିଖ ପ୍ରତ୍ୟାହାର ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.