Loading...

କାର୍ତ୍ତିକ ମାସ ଆରମ୍ଭରୁ ରୋଷେଇ ଘରେ ପରିବା ମାଡ

କାର୍ତ୍ତିକ ମାସ ଆରମ୍ଭରୁ ରୋଷେଇ ଘରେ ପରିବା ମାଡ

କାର୍ତ୍ତିକ ମାସ ଆରମ୍ଭରୁ ଜଟଣୀରେ ପରିବା ଦର ଆକାଶ ଛୁଆଁ ହୋଇଛି।ଗୋଟିଏ ବଡ଼ ପରିବାର ପାଇଁ ୫ଶହ ଟଙ୍କାରେ ବିଭିନ୍ନ ପରିବା କିଣିଲେ ସୁଦ୍ଧା ବ୍ୟାଗ ପୂରୁନାହିଁ। ପରିବା ଦରରେ ଏଭଳି ଅହେତୁକ ମୂଲ୍ୟ ବୃଦ୍ଧି ସବୁବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

କାର୍ତ୍ତିକ ମାସ ଆରମ୍ଭରୁ ଜଟଣୀରେ ପରିବା ଦର ଆକାଶ ଛୁଆଁ ହୋଇଛି।ଗୋଟିଏ ବଡ଼ ପରିବାର ପାଇଁ ୫ଶହ ଟଙ୍କାରେ ବିଭିନ୍ନ ପରିବା କିଣିଲେ ସୁଦ୍ଧା ବ୍ୟାଗ ପୂରୁନାହିଁ। ପରିବା ଦରରେ ଏଭଳି ଅହେତୁକ ମୂଲ୍ୟ ବୃଦ୍ଧି ସବୁବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ଦରବୃଦ୍ଧିର ସୁଯୋଗ ନେଇ କିଛି ଲାଭଖୋର ବ୍ୟବସାୟୀ କୃତ୍ରିମ ଅଭାବ ସୃଷ୍ଟି କରି ମନଇଚ୍ଛା ଦର କଷୁଥିବା ସାଧାରଣରେ ଅଭିଯୋଗ ହୋଇଛି। କାର୍ତ୍ତିକ ମାସ ଚାଲିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଦରବୃଦ୍ଧି ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ନେବା ସହ ଲାଭଖୋର ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସୂଚନାନୁସାରେ, ବଜାରରେ ବିନ୍‌ସ କିଲୋପ୍ରତି ୧୨୦ଟଙ୍କା ଥିବା ବେଳେ କାଙ୍କଡ଼ ୧୧୦ ଟଙ୍କା, ଟମାଟୋ ୮୦ଟଙ୍କା, ଫୁଲକୋବି ଗୋଟା ୬୦ଟଙ୍କା, ପୋଟଳ ୮୦, କଲରା ୮୦, ଭେଣ୍ଡି ୫୦, ଅମୃତଭଣ୍ଡା ୩୦, ଗାଜର ୫୦, ବାଇଗଣ ୫୦ଟଙ୍କା, କ୍ୟାପସିକମ୍ ୧୧୦ଟଙ୍କା, କାକୁଡ଼ି ୫୦ଟଙ୍କା, ଝୁଡ଼ଙ୍ଗ ୬୦ ଟଙ୍କା ରହିଛି। ସେହିପରି ଧନିଆ ଗୋଟିଏ ବିଡ଼ାକୁ ୧୦ଟଙ୍କା, ମାଟି ଆଳୁ କିଲୋ ୭୦ ଟଙ୍କା ରହିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.