Loading...

ବାଜିଲା ନିର୍ବାଚନୀ ବିଗୁଲ୍: ଜାଣନ୍ତୁ କେବେ ହେବ ଭୋଟ ଓ ଗଣତି

ବାଜିଲା ନିର୍ବାଚନୀ ବିଗୁଲ୍: ଜାଣନ୍ତୁ କେବେ ହେବ ଭୋଟ ଓ ଗଣତି

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ହୋଇଛି ତାରିଖ ଘୋଷଣା । ନଭେମ୍ବର ୭ରୁ ୩୦ ମଧ୍ୟରେ ଉପରୋକ୍ତ ୫ ରାଜ୍ୟରେ ଭୋଟ୍‌ ଗ୍ରହଣ ହେବ।

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ହୋଇଛି ତାରିଖ ଘୋଷଣା । ନଭେମ୍ବର ୭ରୁ ୩୦ ମଧ୍ୟରେ ଉପରୋକ୍ତ ୫ ରାଜ୍ୟରେ ଭୋଟ୍‌ ଗ୍ରହଣ ହେବ। ଡିସେମ୍ବର ୩ରେ ଭୋଟ୍‌ ଗଣତି କରାଯିବ। ତେବେ ଛତିଶଗଡ଼କୁ ବାଦଦେଲେ ଅନ୍ୟ ସମସ୍ତ ରାଜ୍ୟରେ ଗୋଟିଏ ପର୍ଯ୍ୟାୟ‌ରେ ଭୋଟ୍‌ ଗ୍ରହଣ ହେବ। କେବଳ ଛତିଶଗଡ଼ରେ ୨ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ‌ହେବ। ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ନଭେମ୍ବର ୭ରେ ଏବଂ ଦ୍ବିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୧୭ରେ ହେବ। ମିଜୋରାମରେ ମଧ୍ୟ ନଭେମ୍ବର ୭ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଅଛି। ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ, ରାଜସ୍ଥାନରେ ନଭେମ୍ବର ୨୩ରେ ଏବଂ ତେଲେଙ୍ଗାନାରେ ନଭେମ୍ବର ୩୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.