Loading...

ୟୁଟ୍ୟୁବର ‘ହିନ୍ଦୁସ୍ଥାନୀ ଭାଉ’ ଗିରଫ

ୟୁଟ୍ୟୁବର ‘ହିନ୍ଦୁସ୍ଥାନୀ ଭାଉ’ ଗିରଫ

ଗିରଫ ହେଲେ ହିନ୍ଦୁସ୍ଥାନୀ ଭାଉ । ୟୁଟ୍ୟୁବରେ ଭିଡିଓ କରୁଥିବା ପପୁଲାର୍ ବ୍ଲଗର ହିନ୍ଦୁସ୍ଥାନୀ ଭାଉ ଓରଫ ବିକାଶ ଫାଟକଙ୍କୁ ଧାରାବୀ ପୋଲିସ ଗିରଫ କରିଛି ।

ଗିରଫ ହେଲେ ହିନ୍ଦୁସ୍ଥାନୀ ଭାଉ । ୟୁଟ୍ୟୁବରେ ଭିଡିଓ କରୁଥିବା ପପୁଲାର୍ ବ୍ଲଗର ହିନ୍ଦୁସ୍ଥାନୀ ଭାଉ ଓରଫ ବିକାଶ ଫାଟକଙ୍କୁ ଧାରାବୀ ପୋଲିସ ଗିରଫ କରିଛି । ଫାଟକଙ୍କ ବ୍ୟତୀତ ଅନ୍ୟ କିଛି ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୋଲିସ ପୂର୍ବରୁ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ଘର ଆଗରେ ପ୍ରଦର୍ଶନ କରୁଥିବା ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେଇଥିଲା ।

ଖବର ଅନୁସାରେ, ହିନ୍ଦୁସ୍ଥାନୀ ଭାଉ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ ଅଫଲାଇନ୍ ପରୀକ୍ଷା ରବ୍ଦ କରିବା ମାମଲାରେ ସମର୍ଥନ କରିଥିଲେ । ପରୀକ୍ଷା ରବ୍ଦ କରିବା ପାଇଁ ହେଲେ ଆନ୍ଦୋଳନ କରିବା ପାଇଁ ଜରୁରୀ ବୋଲି କହିଥିଲେ ଭାଉ । ଏହାସହ ବିରୋଧ ପ୍ରଦର୍ଶନ ପାଇଁ ଉସକାଇଥିଲେ ।

ଆହୁରି ଜଣାପଡିଛି ଯେ, ହିନ୍ଦୁସ୍ଥାନୀ ଭାଉ ଛାତ୍ରଙ୍କୁ ଧରାବୀ ଅଞ୍ଚଳରେ ଏକଜୁଟ ହେବାକୁ କହିଥିଲେ । ପୋଲିସ ଭାଊଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲା ।ଉତ୍ତର ଜୋନ୍-୫ ଏସିପି ପ୍ରଣୟ ଅଶୋକ କହିଛନ୍ତି ଯେ, ବିଦ୍ୟାର୍ଥୀଙ୍କୁ ଉସକାଉଥିବା କାହାକୁ ହେଲେ ଛଡା ଯିବ ନାହିଁ । ଏପରି ଆଚରଣ କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.