Loading...

ଇଡ଼ିର ଅନୁରୋଧ ପରେ ବିବାଦୀୟ ମହାଦେବ ବେଟିଂ ଆପ ସମେତ ୨୨ ବ୍ୟାଟିଂ ଆପ୍ ବ୍ୟାନ କଲେ କେନ୍ଦ୍ରସରକାର

ଇଡ଼ିର ଅନୁରୋଧ ପରେ ବିବାଦୀୟ ମହାଦେବ ବେଟିଂ ଆପ ସମେତ ୨୨ ବ୍ୟାଟିଂ ଆପ୍ ବ୍ୟାନ କଲେ କେନ୍ଦ୍ରସରକାର

ପ୍ରବର୍ତନ ନିର୍ଦ୍ଦେଶାଳୟର ଅନୁରୋଧ ପରେ ଭାରତରେ ମହାଦେବ ଅନଲାଇନ ବେଟିଂ ଆପ୍ ସହିତ ୨୨ ବେଆଇନ ବେଟିଂ ଆପ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏ ନେଇ ଆଇଟି ମନ୍ତ୍ରଣାଳୟ ଏ ନେଇ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପ୍ରବର୍ତନ ନିର୍ଦ୍ଦେଶାଳୟର ଅନୁରୋଧ ପରେ ଭାରତରେ ମହାଦେବ ଅନଲାଇନ ବେଟିଂ ଆପ୍ ସହିତ ୨୨ ବେଆଇନ ବେଟିଂ ଆପ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏ ନେଇ ଆଇଟି ମନ୍ତ୍ରଣାଳୟ ଏ ନେଇ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।ବେଆଇନ ଜୁଆଖେଳ ଆପ୍ ସିଣ୍ଡିକେଟ୍ ବିରୋଧରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଯାଂଚ ଓ ଏହା ପରେ ଛତିଶଗଡରେ ହୋଇଥିବା ଚଢାଉ ଆଧାରରେ ଏଭଳି ପ୍ରତିବନ୍ଧକ ଲଗାଯାଇଛି । କିଛି ଦିନ ତଳେ ମନି ଲଣ୍ଡରିଙ୍ଗ ମାମଲାରେ ଜଣେ ଅଭିଯୁକ୍ତ ଦୁବାଇରୁ ଏକ ଭିଡିଓ ଜାରି କରି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । 

ସୂଚନାନୁସାରେ, ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଆଇଟି ଅଧିନିୟମ ୬୯-କ ଅନୁସାରେ ଛତିଶଗଡ ସରକାର ଏହା ଉପରେ ବ୍ୟାନ ଲଗାଇପାରିଥାନ୍ତେ । କିନ୍ତୁ ଏଭଳି ହେଲା ନାହିଁ କି ସ୍ଥାନୀୟ ସରକାର ଏଥିପାଇଁ ଅନୁରୋଧ ବି କଲେ ନାହିଁ ଏବେ ପ୍ରବର୍ତନ ନିର୍ଦ୍ଦେଶାଳୟର ଅନୁରୋଧ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.