ଜୁନ ୪ ତାରିଖରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ହେଲେ ଓଡିଶା ଛୁଇଁଲା ବେଳକୁ ୧୫ ତାରିଖ ହେବାନେଇ ଆକଳନ କରୁଛି ବିଭାଗ। ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବାନୁସାରେ ଜୁନ ମାସ ୧୫ ତାରିଖ ପୂର୍ବରୁ ମୌସୁମୀ ଓଡିଶା ଛୁଇଁବାର ନାହିଁ । ଅର୍ଥାତ ଜୁନ ୧୫ ତାରିଖ ପରେ ମୌସୁମୀ କେବେ ଓଡ଼ିଶା ଛୁଇଁବ ତାହା ସ୍ପଷ୍ଟ ହେବ । ଆଉ ଏକ ବାତ୍ୟା ଫରମେସନ ହେଉଥିବାରୁ ଏହା ମୌସୁମୀର ଗତିପଥରେ ବାଧା ସୃଷ୍ଟି କରିବାର ଆଶଙ୍କା ମଧ୍ୟ ରହିଥିବା ସେ କହିଛନ୍ତି । ତବେ ମୌସୁମୀ କେରଳ ଛୁଇଁବା ପରେ ଓଡିଶା କେବେ ଛୁଇଁବ ସେନେଇ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । କିନ୍ତୁ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ମୌସୁମୀ ଆସିବ ଏହା ସ୍ପଷ୍ଟ ହୋଇଯାଇଛି । ବିଳମ୍ବରେ ମୌସୁମୀ ଆସିବା ଦ୍ବାରା ଚାଷ ଓ ଚାଷୀ ଉଭୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।