ନୋବେଲ୍ ଶାନ୍ତି ପୁରସ୍କାର ରେସର ସବୁଠାରୁ ଆଗରେ ଭାରତର ପ୍ରଧାନମନ୍ତ୍ରୀ। ଏମିତି କିଛି ବୟାନ ଏବେ ସାରା ବିଶ୍ବରେ ଚର୍ଚାର ବିଷୟ ପାଲଟିଛି। ଏପରି କିଛି ବୟାନ ଦେଇଛନ୍ତି ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସଲେ ଦୋଜ୍ । ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତ ଦେଇ ସେ କହିଛନ୍ତି କି, ବିଶ୍ୱରେ ଶାନ୍ତି ବଜାୟ ରଖିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ମୋଦୀଙ୍କ ବ୍ୟକ୍ତିତ୍ୱ, ନେତୃତ୍ୱ ଏବଂ ରାଜନୈତିକ ବିଚକ୍ଷଣତା ଯୁଦ୍ଧକୁ ଅଟକାଇବାରେ ସଫଳ ହୋଇଛିା ତା’ସହ ଭାରତର ବଡ଼ ଓ ପ୍ରଭାବଶାଳୀ ନେତା ଭାବେ ମୋଦିଙ୍କ ସାରା ବିଶ୍ୱରେ ପରିଚୟ ବି ରହିଛିା ଯଦି, ମୋଦିଙ୍କୁ ମିଳେ ତାହେଲେ ଏହା ଏକ ଐତିହାସିକ ନିଷ୍ପତ୍ତି ହେବ ବୋଲି ସେ ଦୋହରାଇଛନ୍ତିା
ସୂଚନାଯୋଗ୍ୟ, ନରୱେରୁ ନୋବେଲ ପୁରସ୍କାର କମିଟିର ଏକ ଟିମ୍ ଭାରତ ଆସିଛି। ଏ ହେଉଛି ସେହି କମିଟି ଯିଏ ଶାନ୍ତି ପୁରସ୍କାର ବିଜେତା ସ୍ଥିର କରେ।