Loading...

ନୂଆ ବର୍ଷରେ ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ମିଳିବ ପେଟ୍ରୋଲ ଏବଂ ଡିଜେଲ

ନୂଆ ବର୍ଷରେ ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ମିଳିବ ପେଟ୍ରୋଲ ଏବଂ ଡିଜେଲ

ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ ! ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ନୂଆ ବର୍ଷରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ।

ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ ! ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ନୂଆ ବର୍ଷରେ ରାଜ୍ୟବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଆସନ୍ତା ନୂଆ ବର୍ଷରେ ରାଜ୍ୟବାସୀଙ୍କୁ ବଡ ଭେଟି ସ୍ବରୂପ ପେଟ୍ରୋଲ ଏବଂ ଡିଜେଲ ୨୫ ଟଙ୍କା ପର୍ଯ୍ୟନ୍ତ ଶସ୍ତାରେ ଦେବେ ସୋରେନ୍‌ ସରକାର । ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । କିନ୍ତୁ  ଶସ୍ତା ପେଟ୍ରୋଲ ଏବଂ ଡିଜେଲର ଲାଭ କେବଳ ବିପିଏଲ୍‌ କାର୍ଡଧାରୀଙ୍କୁ ହିଁ ମିଳିବ ।

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ କହିଛନ୍ତି, ଆସନ୍ତା ବର୍ଷ ଜାନୁଆରୀ ୨୬ ତାରିଖରୁ ଝାଡଖଣ୍ଡରେ ବିପିଏଲ୍ କାର୍ଡ ଥିବା ବ୍ୟକ୍ତିମାନଙ୍କୁ ପେଟ୍ରୋଲ ଏବଂ ଡିଜେଲ ୨୫ ଟଙ୍କା ଶସ୍ତାରେ ମିଳିବ । ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଡିଲରମାନେ ମଧ୍ୟ ତୈଳ ଦର କମାଇବା ପାଇଁ ଲଗାତାର ଭାବେ ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି । ପେଟ୍ରୋଲ ଉପରେ ୫ ପ୍ରତିଶତ ଭ୍ୟାଟ୍‌ କମାଇବା ପାଇଁ ଦାବିକରୁଛନ୍ତି ତେଲ ଡିଲର । ସେମାନଙ୍କ କହିବା କଥା ଯେ, ଯଦି ରାଜ୍ୟ ସରକାର ଭ୍ୟାଟ୍‌ ୨୨ ପ୍ରତିଶତରୁ କମାଇ ୧୭ ପ୍ରତିଶତ କରିବେ ତେବେ ଲୋକମାନଙ୍କୁ ଏହାର ଲାଭ ମିଳିବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.