ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ମେସେଜିଙ୍ଗ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ପାଭେଲ ଦୁରୋଭ ହ୍ୱାଟ୍ସଆପକୁ ନେଇ ଏକ ବଡ଼ ଟିପ୍ପଣୀ କରିଛନ୍ତି । ହ୍ୱାଟ୍ସଆପ ସୁରକ୍ଷିତ ନଥିବା କହିବା ସହ ଏହାକୁ ନଜର ରଖିବା ପାଇଁ ବ୍ୟବହାର କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି ।
ମେସେଜିଙ୍ଗ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ପାଭେଲ ଦୁରୋଭ ହ୍ୱାଟ୍ସଆପକୁ ନେଇ ଏକ ବଡ଼ ଟିପ୍ପଣୀ କରିଛନ୍ତି । ହ୍ୱାଟ୍ସଆପ ସୁରକ୍ଷିତ ନଥିବା କହିବା ସହ ଏହାକୁ ନଜର ରଖିବା ପାଇଁ ବ୍ୟବହାର କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ଏହାସହ ୟୁଜରଙ୍କୁ ଏଥିପ୍ରତି ସତର୍କ ରହିବାକୁ କହିଛନ୍ତି । ଯଦି ଆପଣ ହ୍ୱାଟ୍ସଆପ ବ୍ୟବହାର କରୁଛନ୍ତି ତେବେ ହ୍ୟାକର ଆପଣଙ୍କ ଫୋନରେ ଥିବା ସମ୍ପୂର୍ଣ୍ଣ ଡାଟା ହାସଲ କରିପାରିବ ବୋଲି ସେ କହିଛନ୍ତି। ଦୁରୋଭ ନିଜର ଏହି ପୋଷ୍ଟରେ ଗତ ସପ୍ତାହରେ ବିଭିନ୍ନ ସ୍ଥାନରେ ପ୍ରକାଶ ପାଇଥିବା ହ୍ୱାଟ୍ସଆପର ଦୁର୍ବଳତାକୁ ଉଲ୍ଲେଖ କରିଛନ୍ତି । ସୁରକ୍ଷାଗତ ତ୍ରୁଟି ଯୋଗୁଁ, ଜଣେ ହ୍ୟାକର ଆପ୍ ବ୍ୟବହାରକାରୀଙ୍କ ଫୋନକୁ ସହଜରେ ନିୟନ୍ତ୍ରଣକୁ ନେଇପାରିବ । ସାମାନ୍ୟ ଭିଡିଓ କଲ ଜରିଆରେ ହ୍ୟାକର ଜଣଙ୍କ ଫୋନକୁ ହ୍ୟାକ କରିପାରିବ ବୋଲି କହିଛନ୍ତି ।
ଗତ ସପ୍ତାହରେ ଦୁର୍ବଳତା ଜଣାପଡିବା ପରେ ହ୍ୱାଟ୍ସଆପ ଏହାକୁ ଦୂର କରିବା ପାଇଁ କାମ ଆରମ୍ଭ କରିଛି । କିନ୍ତୁ ଏହା ସାହାଯ୍ୟ କଲା ଭଲି ଜଣାପଡୁ ନାହିଁ ବୋଲି ଦୁରୋଭ କହିଛନ୍ତି । ନିଜ ଯୁକ୍ତିକୁ ବଳ ଦେବା ପାଇଁ ହ୍ୱାଟ୍ସଆପର ପୂର୍ବ ତ୍ରୁଟି ବିଷୟରେ ଉଲ୍ଲେଖ କରିଛନ୍ତି । ଏହା ପୂର୍ବରୁ ହ୍ୱାଟ୍ସଆପରେ ୨୦୧୭, ୨୦୧୮, ୨୦୧୯ ଏବଂ ୨୦୨୦ରେ ମଧ୍ୟ ଏହି ସମାନ ତ୍ରୁଟିର ସାମନା କରିଥିଲା ଏବଂ ପରେ ସମାଧାନ କରିଥିଲା । ଏହି ତମାନ ତ୍ରୁଟି ହ୍ୱାଟ୍ସଆପ ସୁରକ୍ଷିତ ନଥିବା ଦର୍ଶାଉଛି ଏବଂ ହ୍ୟାକର ସହଜରେ ୟୁଜର୍ସଙ୍କ ଫୋନ ଏବଂ କମ୍ପ୍ୟୁଟକୁ ହ୍ୟାକ୍ କରିପାରିବେ । ଏହି ସବୁ କାରଣରୁ ବହୁ ବର୍ଷ ଆଗରୁ ନିଜ ଫୋନରୁ ହ୍ୱାଟ୍ସଆପକୁ ଡିଲିଟ୍ କରିସାରିଥିବା ଟେଲିଗ୍ରାମର ପ୍ରତିଷ୍ଠାତା ଦୁରୋଭ କହିଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।