Loading...

ବିଏମ୍‌ସି ମେୟର ଭାବେ ଶପଥ ନେଲେ ନବନିର୍ବାଚିତ ସୁଲୋଚନା ଦାସ, ଡେପୁଟି ମେୟର ପ୍ରାର୍ଥୀ ହେଲେ ମଞ୍ଜୁଲତା କହଁର

ବିଏମ୍‌ସି ମେୟର ଭାବେ ଶପଥ ନେଲେ ନବନିର୍ବାଚିତ ସୁଲୋଚନା ଦାସ, ଡେପୁଟି ମେୟର ପ୍ରାର୍ଥୀ ହେଲେ ମଞ୍ଜୁଲତା କହଁର

ଶନିବାର ନବନିର୍ବାଚିତ ବିଏମ୍‌ସି ମେୟର ସୁଲୋଚନା ଦାସ ଶପଥ ଗ୍ରହଣ କରିଛନ୍ତି। ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି।

 ଶନିବାର ନବନିର୍ବାଚିତ ବିଏମ୍‌ସି ମେୟର ସୁଲୋଚନା ଦାସ ଶପଥ ଗ୍ରହଣ କରିଛନ୍ତି। ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହାଛଡ଼ା ସେ ସମସ୍ତ ୬୭ ନବନିର୍ବାଚିତ କର୍ପୋରେଟରମାନଙ୍କୁ ଶପଥ ଗ୍ରହଣ କରାଉଛନ୍ତି। ଆଜି ରାଜଧାନୀର ପ୍ରଥମ ମହିଳା ମେୟର୍ ଭାବେ ସୁଲୋଚନା ଦାସଙ୍କ ସହ ସମସ୍ତ କର୍ପୋରେଟର ମଧ୍ୟ କାର୍ଯ୍ୟଭାର ଗ୍ରହଣ କରିବେ। ଏତଦ୍‌ବ୍ୟତୀତ ଡେପୁଟି ମେୟର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ଭୁବନେଶ୍ୱର ମହାନଗର ନିଗମ ପାଇଁ ବଛା ହେଲେ ଡେପୁଟୀ ମେୟର । ଏହି ପଦବୀ ପାଇଁ ଅନେକ ଆଶାୟୀ ଲବି ଚଳାଇଥିଲେ ବି ସମସ୍ତଙ୍କୁ ଚମକାଇ ଡେପୁଟି ମେୟର ହୋଇଛନ୍ତି ୨୨ ନମ୍ବର ୱାର୍ଡର ମଞ୍ଜୁଲତା କହଁର । ୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ବିଜେଡିର ହୋଇଥିବାରୁ ଡେପୁଟୀ ମେୟର ହେବା ସୁନିଶ୍ଚିତ ଥିଲା । ତେଣୁ ଏହି ପଦବୀ ପାଇଁ ବିଜେଡିରୁ ନିର୍ବାଚିତ ଏକାଧିକ କର୍ପୋରେଟର ଆଶାୟୀ ଥିଲେ ଓ ଲବି ଚଳାଇଥିଲେ । ହେଲେ ଦଳ ମୁଖିଆ ମଞ୍ଜୁଲତା କହଁର ଉପରେ ଭରସା କରିଛନ୍ତି । ବିଜେପିର ମାତ୍ର ୧୦ ଜଣ କର୍ପୋରେଟର ଥିବାରୁ ଦଳ ଡେପୁଟୀ ମେୟର ପ୍ରାର୍ଥୀ ଦେଇନାହିଁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.