Loading...

ଚନ୍ଦ୍ରପୃଷ୍ଠରୁ ପ୍ରଥମ ତଥ୍ୟ ପଠାଇଲା ଚନ୍ଦ୍ରାୟନ-୩, ମାପିଲା ଚନ୍ଦ୍ରର ତାପମାତ୍ରା

ଚନ୍ଦ୍ରପୃଷ୍ଠରୁ ପ୍ରଥମ ତଥ୍ୟ ପଠାଇଲା ଚନ୍ଦ୍ରାୟନ-୩, ମାପିଲା ଚନ୍ଦ୍ରର ତାପମାତ୍ରା

ଆଗେଇ ଚାଲିଛି ୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନ । ଭାରତ ହାସଲ କରୁଛି ଚନ୍ଦ୍ରର ଅଛୁଆଁ ଦକ୍ଷିଣ ମେରୁ ସଂପର୍କିତ ଅନେକ ନୂଆ ନୂଆ ମୂଲ୍ୟବାନ ତଥ୍ୟ ।

ବିକ୍ରମ ଲ୍ୟାଣ୍ଡରରୁ ପୃଥକ ହେବା ପରେ ଚନ୍ଦ୍ରପୃଷ୍ଠରେ ଚଳପ୍ରଚଳ କରି ନୂଆ ତଥ୍ୟ ପ୍ରଦାନ କରୁଛି ରୋଭର ପ୍ରଜ୍ଞାନ । ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ଚଳପ୍ରଚଳକୁ 5ଦିନ ପୁରିଥିବା ବେଳେ ସାମ୍ନାକୁ ଆଜି ଆସିଛି ଏକ ରୋଚକ ତଥ୍ୟ । ତେବେ ଚନ୍ଦ୍ରର ଦକ୍ଷିଣ ମେରୁର ମାଟିର ତାପମାତ୍ରା କେତେ ସେନେଇ ସୂଚନା ଜାରି କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । 

 

ସଦ୍ୟତମ ସୂଚନାନୁସାରେ, ଇସ୍ରୋ ବିଭିନ୍ନ ଗଭୀରତାରେ ଚନ୍ଦ୍ର ମାଟିର ତାପମାତ୍ରା ଉପରେ ଏକ ଗ୍ରାଫ୍ ସେୟାର କରିଛି। ଚନ୍ଦ୍ରପୃଷ୍ଠର ତାପଜ ଆଚରଣକୁ ବୁଝିବା ପାଇଁ ଚେଷ୍ଟ (ଚନ୍ଦ୍ରଜ୍ ସର୍ଫେସ୍ ଥର୍ମୋଫିଜିକାଲ୍ ଏକ୍ସପେରିମେଣ୍ଟ) ଦକ୍ଷିଣମେରୁ ଚାରିପାଖରେ ଥିବା ଚନ୍ଦ୍ରପୃଷ୍ଠର ତାପମାତ୍ରା ପ୍ରୋଫାଇଲ୍ ମାପିଥାଏ। ଏଥିରେ ୧୦ଟି ତାପମାତ୍ରା ସେନ୍ସର ଅଛି ବୋଲି ଇସ୍ରୋ କହିଛି। ଇସ୍ରୋ ଟ୍ବିଟ୍ କରି କହିଛି ଯେ, ଏହି ଗ୍ରାଫ୍ ବିଭିନ୍ନ ଗଭୀରତାରେ ଚନ୍ଦ୍ରପୃଷ୍ଠ/ନିକଟ-ପୃଷ୍ଠର ତାପମାତ୍ରା ପରିବର୍ତ୍ତନକୁ ସୂଚିତ କରୁଛି। ଚନ୍ଦ୍ରର ଦକ୍ଷିଣମେରୁ ପାଇଁ ଏହା ହେଉଛି ପ୍ରଥମ ପ୍ରୋଫାଇଲ୍। ବିସ୍ତୃତ ନିରୀକ୍ଷଣ ଜାରି ରହିଛି ବୋଲି ଇସ୍ରୋ କହିଛି। ଗ୍ରାଫରେ ତାପମାତ୍ରା ବିଯୁକ୍ତ ୧୦ ଡିଗ୍ରି ସେଲସିୟସରୁ ୬୦ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ରହିଛି। ଚନ୍ଦ୍ରପୃଷ୍ଠର ତାପମାତ୍ରା ପ୍ରାୟ ୫୦ ଡିଗ୍ରି ସେଲସିୟସ୍ ଥିବାବେଳେ ୮ ସେମି ତଳକୁ ଏହା ବିଯୁକ୍ତ ୧୦ ଡିଗ୍ରି ଅଟେ। 

ଆଗେଇ ଚାଲିଛି ୧୪ ଦିନିଆ ଚନ୍ଦ୍ରୟାନ-୩ ମିଶନ । ଭାରତ ହାସଲ କରୁଛି ଚନ୍ଦ୍ରର ଅଛୁଆଁ ଦକ୍ଷିଣ ମେରୁ ସଂପର୍କିତ ଅନେକ ନୂଆ ନୂଆ ମୂଲ୍ୟବାନ ତଥ୍ୟ । ଭାରତ ଚନ୍ଦ୍ରପୃଷ୍ଠର ଏତେ ପାଖରୁ ଫଟୋ ପାଇଛି ଯେ, ଏଭଳି ସ୍ପଷ୍ଟ ଫଟୋ ଅନ୍ୟ କେଉଁ ଦେଶ ପାଖରେ ନାହିଁ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ । ଲ୍ୟାଣ୍ଡର ଓ ରୋଭରର ୫ଟି ଯାକ ଯନ୍ତ୍ରାଂଶ ଠିକ୍ ଭାବେ କାର୍ଯ୍ୟ କରୁଛି ଏବଂ ଆହୁରି ୧୦ ଦିନ ଏହି ମିଶନ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି ।

ସଫ୍ଟଲ୍ୟାଣ୍ଡିଂ ସଫଳତା ପରେ ଆଜି ସେ କେରଳର ଥିରୁଅନନ୍ତପୁରମ ସ୍ଥିତ ପୂର୍ଣ୍ଣମିକାଭୁ ଭଦ୍ରକାଳି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ତେବେ ବୈଜ୍ଞାନିକ ହୋଇ ଈଶ୍ୱର ବିଶ୍ୱାସ ସଂପର୍କରେ ସାମ୍ବାଦିକ ମାନେ ପଚାରିବାରୁ ସେ କହିଛନ୍ତି ଯେ, ମୁଁ ଅନ୍ତରୀକ୍ଷ ଅନ୍ୱେଷଣ ପାଇଁ ଗବେଷଣା କରେ, ଆନ୍ତରିକ ମନ ପାଇଁ ମନ୍ଦିରକୁ ଯାଏ । ତେଣେ ୧୦୪ ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଆଜି ଚନ୍ଦ୍ରୟାନ-୩ର ସଫଳତା କଥା ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇସ୍ରୋ ବୈଜ୍ଞାନିକ ଏବଂ ଖାସ୍ କରି ମହିଳା ବୈଜ୍ଞାନିକଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.