ସାରିଲା ୨୦୦୦ ନୋଟ୍ ବଦଳ ଅବଧି, ଆଉ ଏକ ମାସ ବଢିପାରେ ବଦଳି ଅବଧି
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
Loading...
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଭଳି ଜଗନ୍ନାଥ ମନ୍ଦିର ପ୍ରଶାସନର ୨ଟି ଫାଇଲର ପତ୍ତା ମିଳୁନାହିଁ। ଏ ନେଇ ଆଇନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ଭଳି ଜଗନ୍ନାଥ ମନ୍ଦିର ପ୍ରଶାସନର ୨ଟି ଫାଇଲର ପତ୍ତା ମିଳୁନାହିଁ। ଏ ନେଇ ଆଇନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଉକ୍ତ ଫାଇଲକୁ ଦାଖଲ କରିବାକୁ ପଡ଼ିବ। ଫାଇଲ ହଜିବାକୁ ନେଇ ଆଇନ ବିଭାଗ ଅଡୁଆରେ ପଡ଼ିଛି। ଫାଇଲ ଖୋଜିବାକୁ ମଙ୍ଗଳବାର ଆଇନ ବିଭାଗ ଡେପୁଟି ସେକ୍ରେଟାରି ସମସ୍ତ ସେକ୍ସନକୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଲ ନଂ. ଜେଟିଏ-୫୫/୨୦୦୬(ପିଟି) ଏବଂ ଜେଟିଏ-୦୬/୨୦୧୪ ଫାଇଲ ଜେଟିଏ ସେକ୍ସନରେ ମିଳୁ ନାହିଁ। ପ୍ରାଥମିକତା ଭିତ୍ତିରେ ଏହି ଫାଇଲ ଖୋଜିବାକୁ ସମସ୍ତ ସେକ୍ସନକୁ ଅନୁରୋଧ କରାଯାଇଛି। ଫାଇଲ ମିଳିବା ମାତ୍ରେ ଜେଟିଏ ସେକ୍ସନକୁ ଜଣାଇବାକୁ କୁହାଯାଇଛି। ଉକ୍ତ ଫାଇଲ ତୁରନ୍ତ ହାଇକୋର୍ଟରେ ଦାଖଲ କରାଯିବ ବୋଲି ଚିଠିରେ ଦର୍ଶାଯାଇଛି।
Shakespeare, in the beautiful garden, among the party. Some of the hall: in fact she was ever to.
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।
ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ।
ଇସ୍କନ୍ ପକ୍ଷରୁ ମେନକାଙ୍କ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ଦର୍ଶାଇ ଖଣ୍ଡନ କରାଯାଇଛି। ଉକ୍ତ ଅନୁଷ୍ଠାନ ଏବେ ବିଜେପି ସାଂସଦଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।